ଇନଷ୍ଟାଗ୍ରାମରେ ଲାଇଭ୍ କରୁ କରୁ ଚାଲିଗଲା ୨ ସାଙ୍ଗଙ୍କ ଜୀବନ
Instagram Live: ଆଜିକା ତାରିଖରେ ପ୍ରତ୍ୟେକ ଲୋକଙ୍କ ମଧ୍ୟରେ ରହିଛି ସୋସିଆଲ ମିଡିଆର କ୍ରେଜ୍ । ନିଜର ପ୍ରତ୍ୟେକ ଛୋଟ ବଡ଼ ଅପଡେଟ୍ ଇନଷ୍ଟାଗ୍ରାମ, ଫେସବୁକରେ ସେୟାର କରିବା ପାଇଁ ଚାହୁଁଛନ୍ତି ଲୋକେ । ହେଲେ ଏହାରି ମଧ୍ୟରେ ନିଜ ସୁରକ୍ଷା ବିଷୟରେ ମଧ୍ୟ ଚିନ୍ତା କରୁ ନାହାଁନ୍ତି ଅନେକ ଯୁବକ ଯୁବତୀ । ନିକଟେରେ ଏପରି ଏକ ଖବର ପ୍ରକାଶ ପାଇଛି ଯାହା ଆପଣଙ୍କୁ ଚିନ୍ତାରେ ପକାଇବ ।
ଯେଉଁ ସୋସିଆଲ ମିଡିଆ ମନୋରଞ୍ଜନର ଖୋରାକ ଯୋଗାଉଛି, ସେଥିପାଇଁ କିପରି ଏବେ ଚାଲିଯାଇଛି ୨ ସାଙ୍ଗଙ୍କ ଜୀବନ ।
ଲାଇଭ୍ କରୁ କରୁ ଚାଲିଗଲା ୨ ସାଙ୍ଗଙ୍କ ଜୀବନ
ସୂଚନା ଅନୁସାରେ, ଅହମଦାବାଦରେ ଇନଷ୍ଟାଗ୍ରାମରେ ଲାଇଭ୍ ଭିଡିଓ କରି ୧୬୦ କିଲୋମିଟର ବେଗରେ କାର୍ ଚଳାଉଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ସାଙ୍ଗର ମୃତ୍ୟୁ ହୋଇଛି । ଦ୍ୱୟଙ୍କ ବୟସ ହେଲା ୨୨ ଏବଂ ୨୭ । ୫ ଜଣ ସାଙ୍ଗଙ୍କ ସହ ଏହି ଦୁଇ ଜଣ ଗୁଜୁରାଟର ଅହମଦାଦରୁ ମୁମ୍ବାଇ ଅଭିମୁଖେ ବିଳମ୍ବ ରାତିରେ ଯାତ୍ରା କରୁଥିଲେ । ଏହି ସମୟରେ ଉଭୟ ଗାଡ଼ିର ବେଗ ଘଣ୍ଟା ପ୍ରତି ୧୬୦
କିଲୋମିଟର ବେଗରେ ଥିଲା । ଏହାସହ ଗାଡି଼ରେ ଉଚ୍ଚ ସ୍ୱରରେ ମ୍ୟୁଜିକ୍ ମଧ୍ୟ ବାଜୁଥିଲା ।

ଗାଡ଼ିଟି ଦ୍ରୁତ ବେଗରେ ଅନ୍ୟ ଏକ ଗାଡ଼ିକୁ ଅତିକ୍ରମ କରି ଯାଇ ଏକ ଗଛରେ ପିଟି ହୋଇଯାଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ଦୁଇ ସାଙ୍ଗ ମେହବୁବାଭଆଇ ଶେକ ଏବଂ ଚିରାଗକୁମାର କେ ପଟେଲଙ୍କ
ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ସାଙ୍ଗ ଆହତ ହୋଇଛନ୍ତି । ସମସ୍ତଙ୍କୁ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରାତି ପ୍ରାୟ ୩.୩୦ରୁ ୪.୩୦ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ନେଇ ପୋଲିସ ପକ୍ଷରୁ ସୂଚନା ଜାରି କରାଯାଇଛି ।












Click it and Unblock the Notifications