ପୁରୀରେ ଅଘଟଣ: ସମୁଦ୍ରରେ ଗାଧୋଇବା ବେଳେ ବୁଡିଯାଇ ନିଖୋଜ ହୋଇଗଲେ ଯୁବକ
ପୁରୀ: ସମୁଦ୍ରରେ ଗାଧୋଇବା ବେଳେ ବୁଡିଯାଇ ଯୁବକ ନିଖୋଜ । ହୋଟେଲ ଭିକ୍ଟୋରିଆ ସମ୍ମୁଖ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଘଟିଛି ଅଘଟଣ। ନିଖୋଜ ଯୁବକ ହେଉଛନ୍ତି ଭଦ୍ରକ ଅଞ୍ଚଳର ଆୟୁଷ ମହାପାତ୍ର। ସୂଚନାଯୋଗ୍ୟ ଯେ, ରବିବାର ସକାଳେ ଆୟୁଷ ତାଙ୍କ ସାଙ୍ଗ ମାନଙ୍କ ସହ ପୁରୀ ବୁଲିବାକୁ ଆସିଥିବା ବେଳେ ହୋଟେଲ ଭିକ୍ଟୋରିଆ ସମ୍ମୁଖ ସମୁଦ୍ରରେ ସ୍ନାନ କରୁଥିଲେ ।

ତେବେ ଏକ ବଡ଼ ଲହଡ଼ି ଆସିବା ଯୋଗୁ ଗଭୀର ସମୁଦ୍ର ଭିତରକୁ ଆୟୁଷ ଚାଲି ଯାଇଥିଲେ । ସେଠାରେ ତାଙ୍କ ସାଙ୍ଗମାନେ ଚିତ୍କାର କରିବା ସହ ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଦୀର୍ଘ ସମୟ ଧରି ସମୁଦ୍ର ଭିତରେ ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆୟୁଷଙ୍କର କୌଣସି ପତ୍ତା ମିଳିନାହିଁ ।












Click it and Unblock the Notifications