ଭୁବନେଶ୍ୱରର : ଏକପାଖିଆ ପ୍ରେମରୁ ଗଲା ଜୀବନ। ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକ ଓୟୋ ହୋଟେଲ ଛାତରୁ ଡେଇଁପଡି ନିଜ ଜୀବନ ହାରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ଯୁବକ ନୟାଗଡ ଜିଲାର ଦୀପକ ନାୟକ ବୋଲି ଜଣାପଡିଛି।ଭରତପୁର ଥାନା ଶ୍ୟାମପୁର ଅଞ୍ଚଳରେ ଥିବା ବିଜୟା ଓୟୋ ରୁମ ପଛପଟୁ ଜଣେ ଯୁବକଙ୍କୁ ମୃତଦେହ ମିଳିଥିଲା। ଖବର ପାଇବା ପରେ ଘଟଣା ସ୍ଥଳରେ ଭରତପୁର ଥାନା ପୋଲିସ ପହଂଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରିଛି। ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚାଲିଛି । ଏକ ତରଫା ପ୍ରେମରେ ବିଫଳ ହେବା ପରେ ଯୁବକ ଜଣକ ଆତ୍ମହତ୍ୟା କରିଛି ବୋଲି ଜଣାପଡିଛି ।