ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ଯୁବକ ନଦୀକୁ ଡେଇଁ କଲା ଆତ୍ମହତ୍ୟା
ଦକ୍ଷିଣ କାଶ୍ମୀରର କୁଲଗାମ୍ରେ ଜଣେ ଯୁବକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ରବିବାରରେ କୁଲଗାମରେ ତଙ୍ଗମାର୍ଗରେ ୨୨ ବର୍ଷର ଇମିତିଆଜ୍ ଅହମ୍ମଦ ମାଗ୍ରେଙ୍କ ମୃତଦେହ ନଦୀରୁ ଜବତ କରାଯାଇଛି। ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ,ମାଗ୍ରେ ଜଣେ ଓଭରଗ୍ରାଉଣ୍ଡ କର୍ମୀ ଥିବା ସହ ସେନାଙ୍କୁ ଆତଙ୍କବାଦୀଙ୍କ ଆଡ୍ଡା ମଧ୍ୟ ଦେଖାଇଥିଲା। ରବିବାର ଆଉ ଥରେ ପୁଣି ଆତଙ୍କବାଦୀଙ୍କ ଆଉ ଏକ ଆଡ୍ଡା ମଧ୍ୟ ଦେଖାଇବାକୁ ନେଉଥିଲା, ମାତ୍ର ସେହି ସମୟରେ ସେ ନଦୀକୁ ଡେଇଁ ଜୀବନ ହାରିଥିଲା। ଯବାନମାନେ ସେହି ସମୟରେ ଡ୍ରୋନ୍ ବ୍ୟବହାର କରିଥିବାରୁ ସମ୍ପୂର୍ଣ୍ଣ ଘଟଣା କ୍ୟାମେରାରେ କଏଦ ହୋଇ ଯାଇଥିଲା । ଇମିତିଆଜ୍ ମାଗ୍ରେ ମେ' ୩ରେ ଧରାପଡିବା ସହ ଯାଞ୍ଚ ସମୟରେ ଜଣାପଡିଥିଲା ଯେ, ସେ ଆତଙ୍କବାଦୀଙ୍କ ଓଭରଗ୍ରାଉଣ୍ଡ କର୍ମୀ ଥିଲା ଓ ଦୀର୍ଘ ସମୟ ଧରି ଆତଙ୍କବାଦୀଙ୍କ ସହାୟତା କରୁଥିଲା।













Click it and Unblock the Notifications