୮ଥର ଭୋଟ ଦେଇ ଗିରଫ ହେଲେ ଯୁବକ, ରାହୁଲ ଗାନ୍ଧୀ ସେୟାର କଲେ ଭିଡିଓ

Lok Sabha Election 2024: ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ଦେଶରେ ଜାରି ରହିଛି ୫ମ ପର୍ଯ୍ୟାୟ ମତଦାନ । ଆଜି ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୪୯ଟି ଆସନରେ ମତଦାନ ଆରମ୍ଭ ହୋଇଛି । ତେବେ ବିଭିନ୍ନ ସ୍ଥାନରେ ଭୋଟିଂ ଜାରି ରହିଥିବା ବେଳେ ଉତ୍ତରପ୍ରଦେଶରେ ଜଣେ ଯୁବକ ୮ଥର ଭୋଟ ଦେଇ ଗିରଫ ହୋଇଛନ୍ତି । ଏନେଇ ସେ ନିଜେ ଏକ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯାହା ପରେ ଯାଞ୍ଚ ଆରମ୍ଭ ହୋଇଥିଲା ।

ଭିଡିଓ ଭାଇରାଲ ହେବା ପରେ ଏଟା ଜିଲ୍ଲା ନୟାଗାଁଓ ଥାନାରେ ଏକ ମାମଲା ରୁଜୁ ହୋଇଛି । ଯାହା ପରେ ଉକ୍ତ ଯୁବକ ଜଣଙ୍କୁ ଗିରଫ କରାଯିବା ସହ ସେହି ବୁଥର ପୋଲିଙ୍ଗ ପାର୍ଟିକୁ ସସପେଣ୍ତ କରାଯାଇଛି । ଭାଇରାଲ ହେଉଥିବା ଭିଡିଓକୁ ରାହୁଲ ଗାନ୍ଧୀ ଏବଂ ଅଖିଳେଶ ଯାଦବ ମଧ୍ୟ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେହିପରି ଏହି ନିର୍ବାଚନ ମଣ୍ତଳୀରେ ସାନି ମତଦାନ ହେବା ନେଇ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।

Lok Sabha Election 2024

ସୂଚନାଥାଉ ଯେ, ପଞ୍ଚମ ପର୍ଯ୍ୟାୟରେ ଉତ୍ତରପ୍ରଦେଶରେ ୧୪ଟି, ମହାରାଷ୍ଟ୍ରରେ ୧୩ଟି, ପଶ୍ଚିମବଙ୍ଗରେ ୭ଟି, ବିହାରରେ ୫ଟି, ଓଡିଶାରେ ୫ଟି, ଝାଡଖଣ୍ଡରେ ୩ଟି, ଜାମ୍ମୁ କାଶ୍ମୀର ଏବଂ ଲଦାଖରେ ଗୋଟିଏ ସିଟ୍ ପାଇଁ ଜାରି ରହିଛି ଭୋଟିଂ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+