'ଅନ୍ୟାୟ କାଳ'ରୁ ବାହାରିବା ପାଇଁ 'INDIA'କୁ ଦିଅନ୍ତୁ ଭୋଟ୍: ରାହୁଲ ଗାନ୍ଧୀ
JK Polls 2024: ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଜମ୍ମୁ କଶ୍ମୀରରେ ଅନୁଷ୍ଠିତ ହେଉଛି, ଆଜି ରାଜ୍ୟର 24 ଟି ବିଧାନସଭା ଆସନରେ ହେଉଛି ଭୋଟିଂ । ଯେଉଁଥିରେ କଶ୍ମୀରର 16 ଟି ସିଟ୍ ଏବଂ ଜମ୍ମୁର ଆଠଟି ସିଟ୍ ରହିଛି। ଭୋଟ୍ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ବର୍ତ୍ତମାନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆ X'ରେ ଏକ ପୋଷ୍ଟ ସେୟାର କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
जम्मू-कश्मीर के मेरे भाइयों और बहनों, आज प्रदेश में पहले चरण के मतदान हो रहे हैं।
देश के इतिहास में पहली बार किसी राज्य का statehood छीन कर उसे केंद्र शासित बनाया गया है - ये आप सभी के संवैधानिक अधिकारों का हनन है, जम्मू-कश्मीर का अपमान है।
INDIA को दिया आपका एक-एक वोट
— Rahul Gandhi (@RahulGandhi) September 18, 2024
- आपके…
ବାସ୍ତବରେ ସେ 'X' ରେ ସେ ଲେଖିଛନ୍ତି, 'ଜମ୍ମୁ କଶ୍ମୀରର ମୋର ଭାଇ ଓ ଭଉଣୀମାନେ ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ହେଉଛି ।' 'ଦେଶର ଇତିହାସରେ ପ୍ରଥମ ଥର ପାଇଁ କୌଣସି ରାଜ୍ୟର 'statehood' ଛଡ଼ାଇ ନିଆଯାଇଛି ଏବଂ ଏହାକୁ କେନ୍ଦ୍ର ଶାସିତ କରାଯାଇଛି । ଏହା ଜମ୍ମୁ କଶ୍ମୀର ପ୍ରତି ଅପମାନ, ଏହା ଆପଣଙ୍କ ସମସ୍ତଙ୍କର ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ। '

ଆଜି ଆପଣ ମାନେ ନିଜ ଘରୁ ବାହାରି ଗଣତାନ୍ତ୍ରିକ ଅଧିକାରକୁ ବ୍ୟବହାର କରନ୍ତୁ - 'INDIA'କୁ ବହୁ ସଂଖ୍ୟାରେ ଭୋଟ୍ ଦିଅନ୍ତୁ । ରାହୁଲ ଗାନ୍ଧୀଙ୍କ ଏହି ଟୁଇଟ୍ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଏହା ମଧ୍ୟ ଲୋକଙ୍କ ମଧ୍ୟରେ ଚହଳ ସୃଷ୍ଟି କରିଥିବାବେଳେ ଅନ୍ୟପକ୍ଷରେ ତାଙ୍କ ସମର୍ଥକମାନେ ତାଙ୍କ ଆବେଦନକୁ ସମର୍ଥନ କରୁଥିବାବେଳେ ବିରୋଧୀ ଏହାକୁ ସମାଲୋଚନା କରିଛନ୍ତି ।












Click it and Unblock the Notifications