Get Updates
Get notified of breaking news, exclusive insights, and must-see stories!

ସର୍ବକନିଷ୍ଠ ଅଙ୍ଗଦାନକାରୀ,୫ ଜଣଙ୍କୁ ଦେଲା ନୂଆ ଜୀବନ ୧୦ ମାସର ଆଲିନ

ଜଣେ ୧୦ ମାସର ଶିଶୁ କନ୍ୟାର ନିଷ୍ପାପ ଅଙ୍ଗ ବଞ୍ଚାଇବ ପାଞ୍ଚ ଜଣଙ୍କ ଜୀବନ। କେରଳର ପଠାନମତିଟ୍ଟା ଜିଲା ମାଲାପ୍ପଲ୍ଲୀର ୧୦ ମାସର ଶିଶୁ ଆଲିନ୍ ଶେରିନ୍ ଅବ୍ରାହମ କେରଳର ସବୁଠାରୁ କମ୍ ବୟସର ଅଙ୍ଗଦାନକାରୀ ହେବାର ଗୌରବ ଅର୍ଜନ କରିଛନ୍ତି। ଗତ ଫେବୃଆରୀ ୫ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ଆଲିନ୍ ଗୁରୁତର ଭାବେ ଆହତ ହୋଇଥିଲେ। ସେ ନିଜ ମାଆ ଓ ଜେଜେବାପା-ଜେଜେମାଙ୍କ ସହ କୋଟ୍ଟାୟମରୁ ଥିରୁଭଲ୍ଲା ଯାଉଥିବା ସମୟରେ ଏକ କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। କୋଚିର ଅମୃତା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଫେବୃଆରୀ ୧୩ରେ ଡାକ୍ତର ତାଙ୍କୁ 'ବ୍ରେନ୍ ଡେଡ୍' ଘୋଷଣା କରିଥିଲେ। ଅସୀମ ଦୁଃଖ ମଧ୍ୟରେ ଆଲିନଙ୍କ ପିତା ଅରୁଣ ଅବ୍ରାହମ ଏବଂ ମାତା ଶେରିନ୍ ଆନ୍ ଜନ ନିଜ ଝିଅର ଅଙ୍ଗଦାନ ପାଇଁ ସମ୍ମତି ଦେଇଥିଲେ।

Alin

ଆଲିନଙ୍କ ଶରୀରରୁ ସଂଗୃହିତ ଅଙ୍ଗଗୁଡ଼ିକ ବିଭିନ୍ନ ରୋଗୀଙ୍କୁ ପ୍ରଦାନ କରାଯାଇଛି। ଥିରୁଅନନ୍ତପୁରମ୍ କିମ୍‌ସ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୬ ମାସର ଶିଶୁ ପୁତ୍ରକୁ ପ୍ରଦାନ କରାଯାଇଛି। ଦୁଇଟି କିଡନୀ ଥିରୁଅନନ୍ତପୁରମ୍ ମେଡିକାଲ କଲେଜର ଏସ.ଏ.ଟି ହସ୍ପିଟାଲରେ ଚିକିତ୍ସିତ ଜଣେ ଶିଶୁକୁ ଦିଆଯାଇଛି। ସେହିପରି ହାର୍ଟ ଭାଲ୍‌ଭ ଥିରୁଅନନ୍ତପୁରମ୍ ଶ୍ରୀ ଚିତ୍ରା ଇନଷ୍ଟିଚ୍ୟୁଟରେ ପ୍ରତିରୋପଣ କରାଯିବ ଏବଂ ଦୁଇଟି ଆଖି କୋଚି ଅମୃତା ହସ୍ପିଟାଲର ଆଖି ବ୍ୟାଙ୍କରେ ରଖାଯାଇଛି।

ଏହି ମହତ କାର୍ଯ୍ୟ ପାଇଁ ପ୍ରଶାସନ ତରଫରୁ ଏକ ସ୍ଵତନ୍ତ୍ର 'ଗ୍ରୀନ୍ କରିଡର' ସୃଷ୍ଟି କରାଯାଇଥିଲା। କୋଚିରୁ ତିରୁଅନନ୍ତପୁରମ୍ ମଧ୍ୟରେ ଥିବା ସାଧାରଣତଃ ୬ ଘଣ୍ଟାର ଦୂରତାକୁ ଆମ୍ବୁଲାନ୍ସ ମାତ୍ର ୩ ଘଣ୍ଟା ୧୫ ମିନିଟରେ ଅତିକ୍ରମ କରିଥିଲା। ପୋଲିସ ଏବଂ ସାଧାରଣ ଜନତା ରାସ୍ତା ଖାଲି କରି ଅଙ୍ଗ ପରିବହନରେ ସହାୟତା କରିଥିଲେ। କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଆଲିନଙ୍କ ପିତାମାତାଙ୍କୁ ଏହି ସାହସିକ ଓ ମାନବିକ ନିଷ୍ପତ୍ତି ପାଇଁ କୃତଜ୍ଞତା ଜଣାଇଛନ୍ତି। ଆଲିନଙ୍କ ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ରାଜ୍ୟ ସମ୍ମାନର ସହ ସମ୍ପନ୍ନ ହେବ ବୋଲି ସରକାର ଘୋଷଣା କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+