ପ୍ରେମାନନ୍ଦ ମହାରାଜଙ୍କୁ କିଡନୀ ଦେବାକୁ ପ୍ରସ୍ତାବ ଦେଲେ ମୁସଲମାନ ବ୍ୟକ୍ତି ଆରିଫ୍
ମଧ୍ୟ ପ୍ରଦେଶର ଇଟାରସୀରେ ରହୁଥିବା ଆରିଫ ବୃନ୍ଦାବନର ସନ୍ତ ପ୍ରେମାନନ୍ଦ ମହାରାଜଙ୍କୁ ନିଜ କିଡନୀ ଦେବା ପାଇଁ ପ୍ରସ୍ତାବ ରଖିଛନ୍ତି। ଏଥିପାଇଁ ସେ ଜିଲା କଲେକ୍ଟରଙ୍କୁ ଚିଠି ଦେଇ ନିଜର ମନସ୍କାମନା ପ୍ରକାଶ କରିଛନ୍ତି। ଆରିଫ ଖାନ କହିଛନ୍ତି,ସେ ମହାରାଜଙ୍କର ଆଧ୍ୟାତ୍ମିକ ପ୍ରବଚନ ଓ ସମାଜସେବାର କାର୍ଯ୍ୟରୁ ଅତ୍ୟନ୍ତ ପ୍ରଭାବିତ, ସେହିପାଇଁ ସେ ମହାରାଜଙ୍କୁ ନିଜର କିଡନୀ ଦେବାକୁ ଚାହୁଁଛନ୍ତି। ଏହି କଥା ପ୍ରେମାନନ୍ଦ ମହାରାଜଙ୍କୁ ପହଞ୍ଚିବାରୁ ସେ ଆରିଫଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ତାହାର ଆବଶ୍ୟକତା ନାହିଁ।

ସନ୍ତଙ୍କ ପ୍ରତିନିଧି ଫୋନ କରି ଆରିଫଙ୍କୁ ଏହି ସନ୍ଦେଶ ପହଞ୍ଚାଇଥିଲେ। ଏଥିସହିତ କହିଲେ ଯେ, ମହାରାଜ ଶୀଘ୍ର ଆରିଫଙ୍କୁ ବୃନ୍ଦାବନକୁ ଡାକିବେ। ମହାରାଜ ଏହି କଥା ଶୁଣି ବହୁତ ପ୍ରସନ୍ନ ହୋଇଥିଲେ ଏବଂ କହିଥିଲେ ଯେ, ଆରିଫ ନିଜର ଏହି ପ୍ରୟାସର ମାଧ୍ୟମରେ ସାରା ଦେଶକୁ ସାମ୍ପ୍ରଦାୟିକ ଏକତାର ସନ୍ଦେଶ ଦେଇଛନ୍ତି, ଯାହା ପ୍ରଶଂସାଯୋଗ୍ୟ।
ରିପୋର୍ଟ ଅନୁଯାୟୀ, ଯେତେବେଳେ ଏହି ଖବର ପ୍ରେମାନନ୍ଦ ମହାରାଜଙ୍କ ପାଖରେ ପହଞ୍ଚିଲା, ସେ ତାଙ୍କର କିଡନୀ ଦାନ କରିବାର ଇଚ୍ଛା ପାଇଁ ଆରିଫ୍ଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ କହିଥିଲେ ଯେ, ଏହାର ଆବଶ୍ୟକତା ନାହିଁ। ସନ୍ଥଙ୍କ ପ୍ରତିନିଧି ଫୋନରେ ଆରିଫ୍ଙ୍କୁ ଏହି ବାର୍ତ୍ତା ଦେଇଥିଲେ। ସେ ଏହା ମଧ୍ୟ କହିଥିଲେ ଯେ, ମହାରାଜ ତାଙ୍କୁ ଖୁବ୍ ଶୀଘ୍ର ବୃନ୍ଦାବନ ଡାକିବେ। ମୁସ୍ଲିମ୍ ହୋଇ ଏହି ପ୍ରୟାସ ମାଧ୍ୟମରେ ଆରିଫ୍ ସମଗ୍ର ଦେଶକୁ ଯେଉଁ ସାମ୍ପ୍ରଦାୟିକ ଏକତାର ବାର୍ତ୍ତା ଦେଇଛନ୍ତି ତାହା ପ୍ରଶଂସନୀୟ ।












Click it and Unblock the Notifications