କଂଗ୍ରେସ କର୍ମୀଙ୍କୁ ହତ୍ୟା, ବନ୍ଦ ସୁଟକେସରୁ ମିଳିଲା କଂଗ୍ରେସ ନେତ୍ରୀଙ୍କ ମୃତଦେହ
ଭାରତ ଯୋଡ଼ୋ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହିତ ନଜର ଆସିଥିବା ୨୨ ବର୍ଷୀୟା ମହିଳା କଂଗ୍ରେସ କର୍ମୀ ହିମାନୀ ନରୱାଲଙ୍କୁ ହତ୍ୟା କରାଯାଇଛି। ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦିନକ ପୂର୍ବରୁ ହିମାନୀଙ୍କୁ ହତ୍ୟା କରାଯିବାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହରିୟାଣାର ରୋହତକସ୍ଥିତ ଏକ ବସଷ୍ଟାଣ୍ଡ ପରିସରରେ ପଡ଼ିଥିବା ସୁଟକେସ ଭିତରୁ ହିମାନୀଙ୍କ ମୃତଦେହକୁ ଶନିବାର ଜବତ କରାଯାଇଛି। । ଏହି ମୃତଦେହକୁ ଦେଖିବାପରେ ଏହା ଏକ ହତ୍ୟାବୋଲି ପୋଲିସ ସନ୍ଦେହ କରୁଛି । ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ଜଣାପଡ଼ିନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଝିଅଟିକୁ ଦେଖିଲେ ଅନୁଭବ ହେଉଥିଲା କି ଯେପରି ତାକୁ ଗଳାକାଟି ହତ୍ୟା କରାଯାଇଛି । ଏହାପରେ ତାଙ୍କ ମୃତଦେହକୁ ଏକ ସୁଟକେସରେ ରଖି ଫୋପାଡ଼ି ଦିଆଯାଇଛି। ପୋଲିସ ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏବିଷୟରେ ଜଣାଇଥିଲେ । ଫୋରେନସିକ୍ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ଅପରାହ୍ନ ପର୍ଯ୍ୟନ୍ତ ଝିଅଟିକୁ ଚିହ୍ନଟ ହୋଇପାରି ନଥିଲା । ଏହି କାରଣରୁ ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ପଠାଯାଇଥିଲା । ଏହା ପରେ ଅଞ୍ଚଳର ଦୁଃଖର ଛାୟା ଖେଳିଯାଇଥିଲା ଏହି ସମୟରେ କିଛି ଲୋକ ମୃତ ଝିଅଟିର ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ।

ହିମାନୀ କଂଗ୍ରେସର ଜଣେ ସକ୍ରିୟ ନେତ୍ରୀ ଥିଲେ । ସେ ପାର୍ଟିର ପ୍ରତ୍ୟେକ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରୁଥିଲେ। ସେ ପାର୍ଟିର ପ୍ରତ୍ୟେକ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରୁଥିଲେ । ସେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ଅନେକ ଥର ଅଂଶଗ୍ରହଣ କରିଥିଲେ। ଭାରତ ଯୋଡ଼ ଯାତ୍ରାରେ ତାଙ୍କୁ ରାହୁଲ ଗାନ୍ଧୀଙ୍କ ସହ ଦେଖିବାକୁ ମିଳିଥିଲା ।












Click it and Unblock the Notifications