ଜିସାନ ସିଦ୍ଦିକିଙ୍କୁ ହତ୍ୟା ଧମକ
ମହାରାଷ୍ଟ୍ରର ପୂର୍ବତନ ବିଧାୟକ ଏବଂ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ନେତା ଜୀଶାନ ସିଦ୍ଦିକୀଙ୍କୁ ହତ୍ୟା ଧମକ ମିଳିଛି। ତାଙ୍କୁ ଇ-ମେଲ୍ ମାଧ୍ୟମରେ ହତ୍ୟା ଧମକ ଦିଆଯାଇଛି। ଅଭିଯୋଗ ପରେ, ବାନ୍ଦ୍ରା ପୋଲିସ ଅଜଣା ବ୍ୟକ୍ତିଙ୍କ ବିରୁଦ୍ଧରେ ଏକ ଏଫଆଇଆର ମଧ୍ୟ ରୁଜୁ କରିଛି। ଏହି ମାମଲାରେ ଅଧିକ ତଦନ୍ତ କରାଯାଉଛି। ଏହା ବ୍ୟତୀତ ତାଙ୍କ ଘରର ସୁରକ୍ଷା ମଧ୍ୟ ବଢ଼ାଇ ଦିଆଯାଇଛି। ଗତ ବର୍ଷ ଅକ୍ଟୋବର ୧୦ରେ ଜିସାନଙ୍କ ବାପା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା।

ତେଣେ ଧମକ ଆସିବା ପରେ ମୁମ୍ବାଇର ମକବା ହାଇଟସରେ ଥିବା ଜିସାନଙ୍କ ଘରେ ସିକ୍ୟୁରିଟି ବ୍ୟବସ୍ଥା କଡ଼ାକଡି କରାଯାଇଛି। ଜିସାନଙ୍କ ଅଭିଯୋଗ ପାଇବା ପରେ ମୁମ୍ବାଇ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଡି-କମ୍ପାନୀ ପକ୍ଷରୁ ଏହି ଧମକ ଆସିବା ପରେ ଏହା କେଉଁଠାରୁ ବାସ୍ତବରେ ଆସିଛି, ଏହା ପଛରେ କିଏ-ସେନେଇ ତଦନ୍ତ ଜାରି ରହିଛି। ଗତ ୨୦୨୪ ଅକ୍ଟୋବର ୧୨ ତାରିଖରେ ଜିସାନଙ୍କ ବାପା ବାବା ସିଦ୍ଦିକଙ୍କୁ ୩ ଜଣ ଦୁର୍ବୃତ୍ତ ମୁମ୍ବାଇର ନିର୍ମଳ ନଗରରେ ଗୁଳି କରି ହତ୍ୟା କରିଥିଲେ। ଏହି ହତ୍ୟା ଲାଗି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଥିଲା।












Click it and Unblock the Notifications