ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଉଇ ଖାଇଦେଲେ ନଗଦ ୧୮ ଲକ୍ଷ ଟଙ୍କା
ଡକାୟତ ନୁହେଁ ଉଇ ଖାଇଗଲା ବ୍ୟାଙ୍କ୍ ଲକରରେ ଥିବା ନଗଦ ୧୮ ଲକ୍ଷ ଟଙ୍କା। ୧୮ ଲକ୍ଷ ଟଙ୍କାର ନୋଟ୍ ଖାଇ ସଫାଚଟ୍ କରିଦେଇଛି ଉଇ। ବ୍ୟାଙ୍କ ପକ୍ଷରୁ ଟଙ୍କାଟେ ବି କ୍ଷତିପୂରଣ ପାଇଲେନି ବିଚାରୀ ମହିଳା। ଉତ୍ତରପ୍ରଦେଶ ମୋରାଦାବାଦରୁ ସାମ୍ନାକୁ ଆସିଛି ଏହି ଘଟଣା। ପ୍ରକୃତରେ ଏ ଘଟଣା ୨୦୨୩ର ହୋଇଥିଲେ ବି, ଏବେ ଏହା ସାମ୍ନାକୁ ଆସିଛି।

୨୦୨୨ ଅକ୍ଟୋବରରେ ଜଣେ ମହିଳା ନିଜ ଝିଅ ବାହାଘର ପାଇଁ ୧୮ ଲକ୍ଷ ଟଙ୍କା କ୍ୟାଶ୍ ଓ କିଛି ଗହଣା ବ୍ୟାଙ୍କ ଲକରରେ ରଖିଥିଲେ। କିନ୍ତୁ କିଛି ମାସ ପରେ ଲକର୍ ଖୋଲିବା ବେଳକୁ ସବୁ ଟଙ୍କା ଉଇ ଖାଇଦେଇଥିଲା। ଏଯାଏ ଉକ୍ତ ମହିଳାଙ୍କୁ ବ୍ୟାଙ୍କ ପକ୍ଷରୁ କୌଣସି କ୍ଷତିପୂରଣ ମିଳିଲାନଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ସୂଚନା ଅନୁସାରେ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗାଇଡଲାଇନ୍ ଅନୁସାରେ, ଲକରରେ ଥିବା ସାମଗ୍ରୀ ଚୋରି ହେଲେ, ନିଆଁ ଲାଗି କିମ୍ବା କୋଠା ଭୁଶୁଡ଼ି ନଷ୍ଟ ହୋଇଗଲେ କିମ୍ବା କୌଣସି ବ୍ୟାଙ୍କ କର୍ମଚାରୀ ଠକେଇ କଲେ ଏହାର କ୍ଷତିପୂରଣ ମିଳିବ। ଲକର୍ ବାର୍ଷିକ ଭଡ଼ାର ୧୦୦ ଗୁଣ ପର୍ଯ୍ୟନ୍ତ ଅର୍ଥରାଶି କ୍ଷତିପୂରଣ ଭାବେ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ଦେବାକୁ ପଡ଼ିବ।












Click it and Unblock the Notifications