ଦାଢ଼ି କାଟ ନଚେତ ଆସିପାରିବନି କଲେଜ; ଛାତ୍ରଙ୍କୁ ଆସିଲା ଏମିତି ଧମକ

ଦାଢ଼ି କାଟ ନଚେତ ଆସିପାରିବନି କଲେଜ। କ୍ଲାସରେ ଯୋଗ ଦେବାକୁ ହେଲେ କାଟିବାକୁ ପଡିବ ଦାଢ଼ି। କ୍ଲିନ୍‌ ସେଭ୍‌ ହେଲେ ଯାଇ ଆସିପାରିବ କଲେଜ। କର୍ଣ୍ଣାଟକର ଏକ ନର୍ସିଂ କଲେଜରେ ପଢ଼ୁଥିବା ଜଣେ କଶ୍ମୀର ଛାତ୍ରଙ୍କୁ ମିଳିଛି ଏଭଳି କିଛି ଧମକ। କଲେଜ ପ୍ରଶାସନ କଲେଜରେ ସାମିଲ ହେବା ପାଇଁ ଦାଢ଼ି ଟ୍ରିମ ବା କ୍ଲିନ୍‌ ସେଭ କରି ଆସିବାକୁ ତାଙ୍କୁ କହିଥିବା ଛାତ୍ର ଜଣକ ଅଭିଯୋଗ ଆଣିଛନ୍ତି।

କର୍ଣ୍ଣାଟକ ହସନ ଜିଲ୍ଲାର ସରକାରୀ ନର୍ସିଂ କଲେଜର ଘଟଣା। ଏଠାକାର କିଛି ଛାତ୍ରାଛାତ୍ରୀ ଦାବି କରିଛନ୍ତି ଯେ ଯଦି ସେମାନେ କଲେଜ ପ୍ରଶାସନଙ୍କ ନିର୍ଦ୍ଦେଶ ପାଳନ ନକରନ୍ତି ତେବେ ସେମାନଙ୍କୁ କ୍ଲିନିକାଲ ଡ୍ୟୁଟିରେ ଅନୁପସ୍ଥିତ ରହିବାକୁ ଧମକ ଦିଆଯାଇଛି।

ଅଭିଯେଗ ମୁତାବକ, ପ୍ରାୟ ୨୪ କଶ୍ମୀରୀ ଛାତ୍ରଙ୍କୁ କୁହାଯାଇଛି ଯେ କଲେଜ କାର୍ଯ୍ୟକଳାପ ଏବଂ କ୍ଲିନିକାଲ ଡ୍ୟୁଟିରେ ଭାଗ ନେବାକୁ ହେଲେ ସେମାନଙ୍କୁ ଦାଢ଼ା କାଟିବାକୁ ପଡିବ କିମ୍ବା ଟ୍ରିମ୍‌ କରିବାକୁ ହେବ। ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ ଯେଉଁମାନଙ୍କ ଲମ୍ବା ଦାଢ଼ି ରହିଛି ସେମାନଙ୍କୁ କ୍ଲିନିକାଲ୍ ଆକ୍ଟିଭିଟିଜ୍‌ ଅନୁପସ୍ଥିତ ଥିବା ଦର୍ଶାଯାଇଛି। ଏହା ସେମାନଙ୍କର ଉପସ୍ଥାନ ଏବଂ ଏକାଡେମିକ୍ ରେକର୍ଡ ଉପରେ ନକାରାତ୍ମକ ପ୍ରଭାବ ପକାଉଛି।

ତେବେ ଏଭଳି ଅଭିଯୋଗକୁ କଲେଜ ପ୍ରଶାସନ ଖଣ୍ଡନ କରିଛି। ଏହି ନିୟମ କେବଳ କଶ୍ମୀର ଛାତ୍ରଙ୍କ ପାଇଁ ନୁହେଁ କଲେଜର ସମସ୍ତ ଛାତ୍ରଙ୍କ ପାଇଁ ଥିବା କଲେଜ ପ୍ରଶାସନ କହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+