ଡାକ୍ତରଖାନା ନ ଯାଇ ମଧ୍ୟ ବୀମା ଦାବି କରି ପାରିବେ, ଉପଭୋକ୍ତା ଫୋରମର ବଡ ନିଷ୍ପତ୍ତି
ଡାକ୍ତରଖାନାରେ ଭର୍ତ୍ତି ନ ହୋଇ ମଧ୍ୟ ଆପଣ ମେଡିକାଲ ଇନ୍ସ୍ୟୁରାନ୍ସ ଦାବି କରିପାରିବେ । ଏମିତିକି ୨୪ ଘଣ୍ଟାରୁ କମ ସମୟ ଡାକ୍ତରଖାନାରେ ରହିଲେ ବି ଆପଣ ଇନ୍ସ୍ୟୁରାନ୍ସ ପାଇଁ ଦାବି କରି ପାରିବେ ।

ନୂଆଦିଲ୍ଲୀ: ଡାକ୍ତରଖାନାରେ ଭର୍ତ୍ତି ନ ହୋଇ ମଧ୍ୟ ଆପଣ ମେଡିକାଲ ଇନ୍ସ୍ୟୁରାନ୍ସ ଦାବି କରିପାରିବେ । ଏମିତିକି ୨୪ ଘଣ୍ଟାରୁ କମ ସମୟ ଡାକ୍ତରଖାନାରେ ରହିଲେ ବି ଆପଣ ଇନ୍ସ୍ୟୁରାନ୍ସ ପାଇଁ ଦାବି କରି ପାରିବେ । ଭଦୋଦାରା କନ୍ୟୁଜମର ଫୋରମ ଏ ନେଇ ଏକ ନିର୍ଦ୍ଦେଶ ଦେଇଛନ୍ତି ।
ବଦୋଦରାରେ ଜଣେ ବ୍ୟକ୍ତି ହସ୍ପିଟାଲ ବିରୋଧରେ ଉପଭୋକ୍ତା ଫୋରମର ଦ୍ୱାରସ୍ଥ ହେବା ପରେ ଏଭଳି ନିଷ୍ପତ୍ତି ଶୁଣାଯାଇଛି । ବଦୋଦାରାର ବ୍ୟକ୍ତି ରମେଶ ଚନ୍ଦ୍ର ଯୋଶୀଙ୍କ ପତ୍ନୀଙ୍କୁ ୨୦୧୬ରେ ଡର୍ମେଟମାୟୋସାଇଟିସ୍ ନାମକ ସମସ୍ୟା ହୋଇଥିଲା । ଏଥିପାଇଁ ତାଙ୍କୁ ଅହମଦାବାଦର ଲାଇଫକେୟାର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି କରା ଯାଇଥିଲା । ଚିକିତ୍ସା ପରେ ପରଦିନ ପାଖାପାଖି ଅପରାହ୍ନରେ ତାଙ୍କୁ ଡିସଚାର୍ଜ କରି ଦିଆଗଲା ।
ତେବେ ଯୋଶୀ ଏଥିପାଇଁ ୪୪, ୪୬୮ ଟଙ୍କାର ଇନ୍ସ୍ୟୁରାନ୍ସ କ୍ଲେମ କରିଥିଲେ । ହେଲେ ଇନ୍ସ୍ୟୁରାନ୍ସ କମ୍ପାନୀ ଏହାକୁ ଅଗ୍ରାହ୍ୟ କରି ଦେଇଥିଲା । ସେ ଲଗାତାର ୨୪ ଘଣ୍ଟାରୁ ଅଧିକ ଡାକ୍ତରଖାନାରେ ରହି ନ ଥିବା ଦର୍ଶାଇ କମ୍ପାନୀ ତାଙ୍କ ବୀମା ଦାବିକୁ ଅଗ୍ରାହ୍ୟ କରି ଦେଇଥିଲା । ଯୋଶୀ ଏ ନେଇ କଞ୍ଚ୍ୟୁମର କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଶେଷରେ ନିଷ୍ପତ୍ତି ରମେଶ ଚନ୍ଦ୍ରଙ୍କ ସପକ୍ଷରେ ଯାଇଛି ।
ତେବେ ଉପଭୋକ୍ତା ଫୋରମର କହିବା ଅନୁସାରେ ପୂର୍ବାପେକ୍ଷା ଆଜିକାଲି ଚିକିତ୍ସା ପ୍ରଣାଳୀ ଉନ୍ନତ ମାନର ହେଲାଣି । ଏଥିପାଇଁ ପୂର୍ବାପେକ୍ଷା ରୋଗୀଙ୍କୁ ହସ୍ପିଟାଲରେ ବେଶୀ ସମୟ ରହିବାକୁ ପଡୁନାହିଁ । ତେଣୁ ଏଭଳି କ୍ଷେତ୍ରରେ ବୀମା କମ୍ପାନୀର ଯୁକ୍ତି ଅସଙ୍ଗତ । ରମେଶ ଚନ୍ଦ୍ରଙ୍କୁ ତାଙ୍କ ପ୍ରାପ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛି ଉପଭୋକ୍ତା ଫୋରମ୍ । କେବଳ ଏତିକି ନୁହେଁ , ମେଡିକାଲ ଇନସ୍ୟୁରାନ୍ସ ଦାବି କରିବାକୁ ହସ୍ପିଟାଲରେ ଭର୍ତ୍ତି ହେବା ଜରୁରୀ ନୁହେଁ ବୋଲି କହିଛି ଉପଭୋକ୍ତା ଫୋରମ୍ ।












Click it and Unblock the Notifications