Maharashtra Assembly Election 2024: ଖଡ଼ଗେଙ୍କୁ କଟାକ୍ଷ କଲେ ଯୋଗୀ, କହିଲେ.....

ମୁମ୍ବାଇ: ଆଜି ଝାଡ଼ଖଣ୍ଡ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଅନ୍ୟପଟେ ଆଉ କିଛି ଦିନ ପରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ପଡ଼ିବ ଭୋଟି । ଏଥିଲାଗି ଜୋରଦାର କରୁଛିନ୍ତି ପ୍ରଚାର ସବୁ ରାଜନୈତିକ ଦଳ । ମହାରାଷ୍ଟ୍ର ଆଚଳପୁରରେ ଏକ ନିର୍ବାଚନୀ ସଭାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ 'ଏକ ନିଦ୍ଦିଷ୍ଟ ସମ୍ପ୍ରଦାୟ ପ୍ରତି ତୁଷ୍ଟୀକରଣ ରାଜନୀତି' ନିମନ୍ତେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ସେ କହିଛନ୍ତି, ଦେଶ ବିଭାଜନ ପରବର୍ତ୍ତୀ ଦଙ୍ଗାରେ ହାଇଦ୍ରାବାଦ ନିଜାମଙ୍କ ରଜାକର ସେନା ଖଡ଼ଗେଙ୍କ ସମଗ୍ର ଗାଁକୁ ପୋଡ଼ି ଦେଇଥିଲେ ଏବଂ ଖଡ଼ଗେଙ୍କ ମା' ଓ ଭଉଣୀଙ୍କୁ ମଧ୍ୟ ଜିଅନ୍ତା ଜାଳିଦେଇଥିଲେ। ଯୋଗୀ ଆଦିତ୍ୟନାଥ ପୁଣିଥରେ ହିନ୍ଦୁଙ୍କ ଏକତା ନିମନ୍ତେ ଆହ୍ୱାନ ଦେଇ, 'ବଟେଙ୍ଗେ ତୋ କଟେଙ୍ଗେ' (ଯଦି ହିନ୍ଦୁ ବିଭାଜିତ ହୁଅନ୍ତି ତେବେ ସହଜରେ ଧ୍ୱଂସ ପାଇବେ) ସ୍ଲୋଗାନ ଦେଇଥିଲେ। ସେ କହିଛନ୍ତି, ସେ ଜଣେ ଯୋଗୀ ଏବଂ ତାଙ୍କ ନିମନ୍ତେ ଦେଶ ହିଁ ପ୍ରଥମ ଅଟେ।

Yogi adityanath

୧୯୪୮ରେ ହାଇଦ୍ରାବାଦ ନିଜାମଙ୍କ ରଜାକର ସେନାର ଦମନଲୀଳା କଥା ସ୍ମରଣ କରି ସେ କହିଥିଲେ, ଖଡ଼ଗେଜୀ, ଯଦି କ୍ରୋଧ କରିବାର ଅଛି ତେବେ ନିଜାମ ଉପରେ କରନ୍ତୁ। ହାଇଦ୍ରାବାଦ ନିଜାମଙ୍କ ରଜାକର ତୁମ ଗାଁ ପୋଡ଼ି ଦେଇଥିଲେ। ମା', ଭଉଣୀଙ୍କୁ ହତ୍ୟା କରିଥିଲେ। ଏହି ସତ୍ୟ ଦେଶବାସୀଙ୍କ ସମ୍ମୁଖରେ ରଖନ୍ତୁ ଓ ତୁଷ୍ଟୀକରଣ ରାଜନୀତିରୁ ଦୂରେଇ ରୁହନ୍ତୁ ବୋଲି ଯୋଗୀ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+