Get Updates
Get notified of breaking news, exclusive insights, and must-see stories!

ଆପଣଙ୍କୁ ୮୩ ବର୍ଷ ହେଲାଣି, ହେଲେ ମୋତେ ମୁଖ୍ୟମନ୍ତ୍ରୀ ହେବାର ଅଛି: ଶରଦ ପାୱାରଙ୍କୁ ଅଜିତଙ୍କ ସିଧା ହମଲା

ମୁମ୍ୱାଇ: ରୋଚକ ମୋଡ଼ରେ ପହଞ୍ଚିଛି ମହାରାଷ୍ଟ୍ର ରାଜନୀତି । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ଦେଖା ଦେଇଥିବା ବିସ୍ଫୋରଣ ଧିରେ ଧିରେ ଧିରେ ବଢିବାରେ ଲାଗିଲାଣି । ଆଜି ଏକ ସଭାରେ ନିଜ ଦାଦା ଶରତ ପାୱାରଙ୍କୁ ସିଧା ହମଲା କରିଛନ୍ତି ପୁତୁରା ଅଜିତ୍ ପାୱାର ।

ଅଜିତ ପାୱାର କହିଛନ୍ତି, "ଆପଣଙ୍କୁ 83 ବର୍ଷ ବୟସ ହେଲାଣି । ଆପଣ ଏହେ ଅବସର ନେବା କଥା । ଆମେ ସରକାର ଚଳାଇ ପାରିବା । ଆମର ଶକ୍ତି ଅଛି । ତା'ହେଲେ ଆମକୁ ସୁଯୋଗ କାହିଁକି ଦେବେ ନାହିଁ ? କୌଣସି ଘରର ମୁଖ୍ୟ 60 ବର୍ଷ ପରେ ଅବସର ନେଇଥାନ୍ତି । ସେମାନଙ୍କର ପୁତ୍ରମାନେ ଆଗକୁ ବଢନ୍ ତି। ସେମାନେ ପିଲାମାନଙ୍କୁ ଆଶୀର୍ବାଦ ଦିଅନ୍ତି । ହେଲେ ତୁମେ କାହିଁକି ତାହା କରୁନାହଁ ? "

Ajit Fires at Sharad Pawar

ଅଜିତ ପାୱାର ଆହୁରି କହିଛନ୍ତି କି, ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି । କାରଣ ଜନତାଙ୍କ କଲ୍ୟାଣ ପାଇଁ ତାଙ୍କ ପାଖରେ ଯେଉଁ ଯୋଜନା ରହିଛି ତାହାକୁ ଲାଗୁ କରିପାରିବି । ସେପଟେ ମହାରାଷ୍ଟ୍ରରେ ଚାଲିଥିବା ଏନଡିଏ ସରକାରରେ ଭାଗ ନେବା ପରେ ସେ ୨୦୧୪ ରେ ବିଜେପିର ବିଜୟ ପାଇଁ ମୋଦୀଙ୍କୁ ଶ୍ରେୟ ଦେଇଛନ୍ତି । ସେ କହିଛନ୍ତି କି, ୨୦୧୪ ନିର୍ବାଚନ ବିଜେପି ନୁହେଁ ବରଂ ମୋଦୀଙ୍କ ପାଇଁ ବିଜେପି ବିଜୟୀ ହୋଇଥିଲା ।

ଉପନଗର ବାନ୍ଦ୍ରା ଠାରେ ନିଜ ଗୋଷ୍ଠୀର ବୈଠକ ଡାକି ଅଜିତ ପାୱାର ୨୦୦୪ କଥା ମନେ ପକାଇଛନ୍ତି । ସେ କହିଛନ୍ତି କି ୨୦୦୪ ନିର୍ବାଚନରେ କଂଗ୍ରେସ ଠାରୁ ଏନସିପିର ଅଧିକ ବିଧାୟକ ବିଜୟୀ ହୋଇଥିଲେ । ସେହି ସମୟରେ ଯଦି ଏନସିପି କଂଗ୍ରେସକୁ ମୁଖ୍ୟମନ୍ତ୍ରୀ ପଦ ଛାଡି ନଥାନ୍ତା ତେବେ ଆଜି ମହାରାଷ୍ଟ୍ରରେ ଆଜି ଏନସିପିର ମୁଖ୍ୟମନ୍ତ୍ରୀ ରହିଥାନ୍ତା ।

ଅନ୍ୟପଟେ ଆଜି ବସିଥିବା ଦଳର କାର୍ଯ୍ୟକାରିଣୀ ବୈଠକରେ ଏକ ବଡ଼ି ନିଷ୍ପତ୍ତି ନିଆଯାଇଛି । ଏନସିପିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ଅଜିତ ପାୱାର । ଏଥିସହିତ ଶରଦ ପାୱାରଙ୍କୁ ଅଧ୍ୟକ୍ଷ ପକ୍ଷରୁ ହଟାଇ ଦେଇଛନ୍ତି ଅଜିତ । ତେବେ ଅଜିତ ପାୱାରଙ୍କ ବୈଠକରେ ୩୧ ବିଧାୟକ ଏବଂ ୪ ଏମଏଲସି ଯୋଗ ଦେଇଥିବାବେଳେ, ଶରଦ ପାୱାରଙ୍କ ବୈଠକରେ ମାତ୍ର ୧୩ ବିଧାୟକ ସାମିଲ ହେଇଛନ୍ତି । ତେବେ ୯ ଜଣ ବିଧାୟକ କୌଣସି ବି ବୈଠକରେ ସାମିଲ ହେଇନାହାଁନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+