For Quick Alerts
Turn On Notification  
For Daily Alerts
Oneindia App Download

ଉତ୍ତର ପ୍ରଦେଶରେ ଅପ୍ରେଲ 1ରୁ ଗହମ କିଣା, ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କଲା ଯୋଗୀ ସରକାର

ସରକାର ଗହମ କିଣିବା ନେଇ ପଞ୍ଜୀକରଣ ମଧ୍ୟ ମାର୍ଚ୍ଚ 1 ରୁ ଆରମ୍ଭ ହୋଇଛି । ଯେକୌଣସି କୃଷକ ଖାଦ୍ୟ ବିଭାଗ ୱେବସାଇଟ୍ fcs.up.gov.in ପରିଦର୍ଶନ କରି ପଞ୍ଜୀକୃତ କରିପାରିବେ । ଚଳିତ ବର୍ଷ ଗହମ କିଣା ଅବଧି 01 ଏପ୍ରିଲ 2021 ରୁ 15 ଜୁନ୍ 2021 ପର୍ଯ୍ୟନ୍ତ ରହିଛି ।

|

ଲକ୍ଷ୍ନୌ : ଉତ୍ତରପ୍ରଦେଶ ସରକାର ଅପ୍ରେଲ 1 ତାରିଖରୁ ରାଜ୍ୟରେ ଗହମ କ୍ରୟ ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରଶାସନ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସରକାର ଗହମ କିଣିବା ନେଇ ପଞ୍ଜୀକରଣ ମଧ୍ୟ ମାର୍ଚ୍ଚ 1 ରୁ ଆରମ୍ଭ ହୋଇଛି । ଯେକୌଣସି କୃଷକ ଖାଦ୍ୟ ବିଭାଗ ୱେବସାଇଟ୍ fcs.up.gov.in ପରିଦର୍ଶନ କରି ପଞ୍ଜୀକୃତ କରିପାରିବେ । ଚଳିତ ବର୍ଷ ଗହମ କିଣା ଅବଧି 01 ଏପ୍ରିଲ 2021 ରୁ 15 ଜୁନ୍ 2021 ପର୍ଯ୍ୟନ୍ତ ରହିଛି । ଏଥର ରାଜ୍ୟ ସରକାର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) କୁଇଣ୍ଟାଲ ପିଛା 1975 ଟଙ୍କା ଘୋଷଣା କରିଛନ୍ତି, ଯାହାକି ପୂର୍ବ ବର୍ଷ ତୁଳନାରେ 50 ଟଙ୍କା ଅଧିକ ରହିଛି ।

wheat

ଗହମ କିଣା ନେଇ ଯୋଗୀ ସରକାର ରାଜ୍ୟରେ ଛ ହଜାର କ୍ରୟ କେନ୍ଦ୍ରର ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏପ୍ରିଲ 1 ରୁ ଗହମ କ୍ରୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଷ୍ଟୋରେଜ୍ ଗୋଡାଉନ୍ ଏବଂ ସମସ୍ତ କ୍ରୟ କେନ୍ଦ୍ରର ଜିଓ ଟ୍ୟାଗିଂ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ରୟ କେନ୍ଦ୍ର, ଷ୍ଟୋରେଜ୍ ଗୋଡାଉନରେ ଯୋପରି କୌଣସି ପ୍ରକାର ଅସୁବିଧା ନହେବ ଏବଂ ଗହମର ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ।

ସରକାରୀ ବିବୃତ୍ତି ଅନୁଯାୟୀ, 26 ଫେବୃଆରୀରେ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହ ଗହମ କ୍ରୟ 2021-22 କ୍ରୟ ନୀତି ସମ୍ବନ୍ଧରେ ସମୀକ୍ଷା କରିଥିଲେ । ଏହି ସମୟ ମଧ୍ୟରେ ସେ କହିଥିଲେ ଯେ ଆଖୁ ଚାଷୀଙ୍କ ପରି ଗହମ ଚାଷୀଙ୍କୁ ମଧ୍ୟ ଅନଲାଇନ୍ ସ୍ଲିପ୍ ସୁବିଧା ଯୋଗାଇ ଦିଆଯାଉ । ଯେଉଁ ଏଜେନ୍ସିମାନଙ୍କ ରେକର୍ଡ ଠିକ୍ ନାହିଁ, ସେମାନଙ୍କୁ କାମ ନଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଚାଷୀଙ୍କ ଉତ୍ପାଦନର ଠିକ୍ ମୂଲ୍ୟ ପ୍ରଦାନ କରିବା ସହ ଉତ୍ପାଦ ବିକ୍ରୟ କରିବାରେ କୌଣସି ଅସୁବିଧା ନହେବା ନେଇ ଅଧିକାରୀ ମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Yogi Govt Sets MSP on Wheat Procurement in Uttar Pradesh From 1st April.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X