୨୫ ଲକ୍ଷ୍ୟ ଯୁବକଙ୍କୁ ମିଳିବ ମାଗଣା ସ୍ମାର୍ଟ ଫୋନ୍
Free Smartphone: ମଙ୍ଗଳବାର ପ୍ରୟାଗରାଜରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଯୋଗୀ ସରକାର ଯୁବକମାନଙ୍କୁ ମାଗଣା ସ୍ମାର୍ଟଫୋନ୍ ଏବଂ ଟାବଲେଟ୍ ଯୋଗାଇବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନାର ଲକ୍ଷ୍ୟ ହେଉଛି ଯୁବପିଢ଼ିଙ୍କୁ ପ୍ରଯୁକ୍ତିବିଦ୍ୟାରେ ସଶକ୍ତ କରିବା ଏବଂ ଡିଜିଟାଲ ସାକ୍ଷରତାକୁ ପ୍ରୋତ୍ସାହିତ କରିବା।

ସ୍ୱାମୀ ବିବେକାନନ୍ଦ ଯୁବ ସଶକ୍ତିକରଣ ଯୋଜନା ଅଧୀନରେ 25 ଲକ୍ଷ ଯୁବକ ଯୁବତୀଙ୍କୁ ମାଗଣା ସ୍ମାର୍ଟଫୋନ୍ ବଣ୍ଟନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। ଏହି ଯୋଜନା ପାଇଁ ୨୪୯୩ କୋଟି ଟଙ୍କାର ବଜେଟ୍ ସ୍ଥିର କରାଯାଇଛି। ଏକ ସ୍ମାର୍ଟଫୋନର ହାରାହାରି ମୂଲ୍ୟ ପ୍ରାୟ 9972 ଟଙ୍କା ରହିବା ନେଇ ସୂଚନା ରହିଛି ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଛାତ୍ରଛାତ୍ରୀମାନଙ୍କୁ ସ୍ମାର୍ଟଫୋନ୍ ଏବଂ ଟାବଲେଟ୍ ବଣ୍ଟନର ଏହି ଯୋଜନା ପାଇଁ, ଏହି ବଣ୍ଟନ ପ୍ରକ୍ରିୟାର ତଦାରଖ ୟୁପି ଡେସ୍କକୁ ହସ୍ତାନ୍ତର କରାଯାଇଛି, ଯାହା ସମ୍ପୂର୍ଣ୍ଣ କ୍ରୟ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବ।












Click it and Unblock the Notifications