ରାମ ମନ୍ଦିର ପ୍ରତିଷ୍ଠା ପାଇଁ କଠୋର ହେଲେ ଯୋଗୀ ସରକାର, ଡ଼୍ରାଇଭରଙ୍କୁ ଦେଲେ ଏମିତି ନିର୍ଦ୍ଧେଶ
ନୂଆଦିଲ୍ଲୀ : 22 ଜାନୁଆରୀରେ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥି ପାଇଁ ପ୍ରସ୍ତୁତ ହୋଇଛନ୍ତି ଉତ୍ତରପ୍ରଦେଶର ଯୋଗୀ ସରକାର । ଅଯୋଧ୍ୟାରେ ଟ୍ୟାକ୍ସି ଏବଂ ଟୁରିଷ୍ଟ ବସ୍ ଗାଡି ମାଲିକଙ୍କ ସହ ଏକ ବୈଠକ କରିବା ପରେ ମନ୍ଦିର ପ୍ରତିଷ୍ଠା ସମୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଆବଶ୍ୟକତା ଅନୁଯାୟୀ ଟ୍ୟାକ୍ସି ଏବଂ ଟୁରିଷ୍ଟ ବସ୍ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଟ୍ୟାକ୍ସି ଏବଂ ବସ୍ ଡ୍ରାଇଭରମାନଙ୍କୁ ସୁରକ୍ଷିତ ଭାବେ ଗାଡି ଚଲାଇବା, ଟ୍ରାଫିକ୍ ନିୟମ ମାନିବା, ପର୍ଯ୍ୟଟକଙ୍କ ସହିତ ଭଲ ଆଚରଣ କରିବା ଏବଂ ବାଧ୍ୟତାମୂଳକ ଭାବେ ୟୁନିଫର୍ମ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବଧି ମଧ୍ୟରେ କୌଣସି ପ୍ରକାରର ମଦ୍ୟପାନ ଏବଂ ପାନ-ଗୁଟ୍କା ବ୍ୟବହାରରୁ ଦୂରେଇ ରହିବା ଏବଂ ଯାନବାହାନକୁ ନିୟମିତ ସଫା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
କୌଣସି ପରିସ୍ଥିତିରେ ଯାତ୍ରୀଙ୍କଠାରୁ ନିର୍ଦ୍ଧାରିତ ଭଡାଠାରୁ ଅଧିକ ସଂଗ୍ରହ କରାଯିବା ଉଚିତ ନୁହେଁ ବୋଲି ବିଭାଗ ନିର୍ଦ୍ଦେଶ ଦେଇଛି। ସୂଚନାଯୋଗ୍ୟ ଯେ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଅଯୋଧ୍ୟାରେ ଥିବା ରାମ ମନ୍ଦିରରେ ଦର୍ଶନ କରିବ ଅଯୋଧ୍ୟା ଆସିବେ । ଏଭଳି ପରିସ୍ଥିତିରେ କାର୍ଯ୍ୟକ୍ରମ ସହିତ ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି।
ଅଯୋଧ୍ୟାରେ ଟ୍ୟାକ୍ସି ଏବଂ ବସ୍ ଡ୍ରାଇଭରମାନଙ୍କୁ ସଚେତନ କରିବା ପାଇଁ ପରିବହନ କମିଶନର ଚନ୍ଦ୍ର ଭୂଷଣ ସିଂଙ୍କ କହିବାନୁସାରେ, ସେମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ତାଲିମ ଦେବା ଦ୍ୱାରା ସେମାନଙ୍କର ଅନୁପାଳନ ସୁନିଶ୍ଚିତ କରାଯାଉଛି । ଏଥିରେ ସୁରକ୍ଷିତ ଭାବରେ ଗାଡି ଚଲାଇବା ଏବଂ ଟ୍ରାଫିକ ନିୟମ ଅନୁସରଣ କରିବା, ପର୍ଯ୍ୟଟକଙ୍କ ପ୍ରତି ଡ୍ରାଇଭରଙ୍କ ଆଚରଣ, ଡ୍ରାଇଭରମାନଙ୍କ ଦ୍ୱାରା ବାଧ୍ୟତାମୂଳକ ୟୁନିଫର୍ମ ପିନ୍ଧିବା ଅନ୍ତର୍ଭୁକ୍ତ |












Click it and Unblock the Notifications