Get Updates
Get notified of breaking news, exclusive insights, and must-see stories!

କଂଗ୍ରେସ ଉପରେ ବର୍ଷିଲେ ୟୁପି ସିଏମ୍‌, କହିଲେ ଆମ୍ବେଦକରଙ୍କୁ.....

ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର ସମ୍ମାନ ଅଭିଯାନ ଅଧୀନରେ ରବିବାର ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସେ କଂଗ୍ରେସ ଦ୍ୱାରା ବାବା ସାହେବଙ୍କୁ ଅପମାନିତ କରିବା ବିଷୟରେ କହିଥିଲେ।

ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ କଂଗ୍ରେସ ଦିଲ୍ଲୀରେ ଆମ୍ବେଦକରଙ୍କ ଶେଷକୃତ୍ୟ କରିବାକୁ ଦେଇ ନ ଥିଲା। ଏହି ପୁରୁଣା ଦଳ ଭାରତୀୟ ସମ୍ବିଧାନର ନିର୍ମାତାଙ୍କ ସ୍ମାରକୀ ନିର୍ମାଣ କରିବାକୁ ମନା କରିଦେଇଥିଲା। ଏମାନେ ସେହି ଲୋକ ଯେଉଁମାନେ ବାବା ସାହେବ ଆମ୍ବେଦକରଙ୍କୁ ନିର୍ବାଚନରେ ହାରିବାକୁ ଦେଇଥିଲେ। ତାଙ୍କ ପରଲୋକ ପରେ, ଏକ ସ୍ମାରକ ମଧ୍ୟ ନିର୍ମାଣ କରିବାକୁ ଅନୁମତି ଦିଆଗଲା ନାହିଁ।

Yogi adityanath

ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ୱକଫ ସଂଶୋଧନ ଆଇନକୁ ନେଇ ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ସେ କହିଛନ୍ତି ଯେ ୱକଫ ନାମରେ ହଜାର ହଜାର ଏକର ଜମି ଦଖଲ କରାଯାଇଛି। ୱକଫ ପାଖରେ ଏହାର କୌଣସି ରାଜସ୍ବ ରେକର୍ଡ ନାହିଁ। ଏବେ ଯେତେବେଳେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି,କେତେକ ଲୋକ ହିଂସାକୁ ଉସୁକାଉଛନ୍ତି। ପଶ୍ଚିମବଙ୍ଗରେ ତିନି ଜଣ ହିନ୍ଦୁଙ୍କୁ ଘରୁ ଟାଣି ନେଇ ହତ୍ୟା କରାଯାଇଥିଲା। ଆଜି ୟୁପିର ସେହି ଲୋକମାନେ ଦଳିତଙ୍କ ସମର୍ଥକ ହେବା ବିଷୟରେ କହୁଛନ୍ତି। ସେମାନଙ୍କ ଦଳ ସହିତ ଜଡିତ ଲୋକମାନେ ଗରିବ, ବଞ୍ଚିତ ଏବଂ ଦଳିତଙ୍କ ଅଧିକାଂଶ ଜମି ଦଖଲ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+