ଅଯୋଧ୍ୟାରେ ଆଜି ପାଳନ ହେବ ଦୀପୋତ୍ସବ: ଜଳିବ 12 ଲକ୍ଷ ଦୀପ

ଅଯୋଧ୍ୟା: ଆଜି ଅଯୋଧ୍ୟାରେ ପାଳନ ହେବ ଦୀପୋତ୍ସବ। ପବିତ୍ର ଦୀପାବଳି ଅବସରରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ 'ଦୀପୋତ୍ସବ' ଉଦ୍‌ଘାଟନ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେତେଗୁଡ଼ିଏ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ପ୍ରାଚୀନ ସହର ଅଯୋଧ୍ୟାର ସାମଗ୍ରିକ ବିକାଶ ଆଧାରିତ 'ଅଯୋଧ୍ୟା ଭିଜନ୍‌ ଡକ୍ୟୁମେଣ୍ଟ୍‌' ରିଲିଜ୍‌ କରିବେ।

diwali

ସୋମବାର ସନ୍ଧ୍ୟାରୁ ପ୍ରାଚୀନ ନଗରୀ ଅଯୋଧ୍ୟାରେ ମହାଆଡ଼ମ୍ବରରେ ଦୀପୋତ୍ସବ ପାଳନ ଆରମ୍ଭ ହୋଇଛି। ଏହି ଅବସରରେ 'ରାମ୍‌ କୀ ପୈଦୀ ଘାଟ'ରେ ରଙ୍ଗିନ ଆଲୋକମାଳିକାରେ ଉଦ୍‌ଭାସିତ ହେଉଛି। ଏହି ଘାଟ ହେଉଛି 'ଦୀପୋତ୍ସବ ୨୦୨୧'ର ମୁଖ୍ୟ ସ୍ଥାନ ଏବଂ ଦୀପାବଳି ଅବ୍ୟବହିତ ପୂର୍ବରୁ ଏଠାରେ ୯ ଲକ୍ଷ ମାଟିଦୀପ ପ୍ରଜ୍ଜ୍ୱଳନ କରାଯିବ। ଏବର୍ଷକୁ ମିଶାଇ କ୍ରମାଗତ ୫ ବର୍ଷ ପାଇଁ 'ଦୀପୋତ୍ସବ' ପାଳନ କରାଯାଉଛି। 'ରାମକଥା ଉଦ୍ୟାନ'ରେ 'ଶିଳ୍ପ ବଜାର' ଉଦ୍‌ଘାଟନ ସହ ଏହି ଉତ୍ସବ ପାଳନ ଆରମ୍ଭ ହେବ।

Ayodhya

ଉଦ୍‌ଘାଟନୀ ଦିବସରେ ନାଗପୁରର ପ୍ରସିଦ୍ଧ ଓ୍ଵାତକର୍‌ ଭଗ୍ନୀ ଭାଗ୍ୟଶ୍ରୀ ଏବଂ ଧନଶ୍ରୀ ରାମାୟଣର କେତେକ ଅଂଶ ଗୀତ ଆକାରରେ ପରିବେଶଣ କରିବେ। ଲକ୍ଷ୍ନୌରର ଈଶା ରତନ ଓ ମିଶା ରତନ କଥକ ନୃତ୍ୟ ପରିବେଶଣ କରିବା ବେଳେ ପ୍ରଖ୍ୟାତ ଭଜନ ଗାୟକ ଅନୂପ ଜଲୋଟା ଭକ୍ତିସଙ୍ଗୀତ ଗାୟନ କରିବେ।

Ayodhya

ନେପାଳର ଜନକପୁରରୁ ଆସିଥିବା ନାଟ୍ୟଦଳ ରାମାୟଣ ଆଧାରିତ ନାଟ୍ୟ ପରିବେଶଣ କରିବେ। ଦୀପୋତ୍ସବ ଅବସରରେ ଅଯୋଧ୍ୟାର ଗଳିପ୍ରଗଳିରେ ଥିବା ସମସ୍ତ ମନ୍ଦିରରେ ଦୀପାଳି ଜଳିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+