ଉତ୍ତର ପ୍ରଦେଶରେ କିଏ ସବୁଠାରୁ ଲୋକପ୍ରୀୟ ମୁଖ୍ୟମନ୍ତ୍ରୀ: ପଢ଼ନ୍ତୁ ସି-ଭୋଟର ସର୍ଭେ ରିପୋର୍ଟ
ଉତରପ୍ରଦେଶରେ ପାଖେଇ ଆସିଲାଣି ବିଧାନସଭା ନିର୍ବାଚନ । ନିର୍ବାଚନରେ କାହାର ଲୋକପ୍ରୀୟତା ରହିଛି ସବୁଠୁ ଆଗରେ । କିଏ ଲୋକଙ୍କ ମୁଖ୍ୟମନ୍ତ୍ରୀ ପାଇଁ ଅଧିକ ପସନ୍ଦ? କ'ଣ ରହିବ ରାଜନୈତିକ ଦଳମାନଙ୍କ ସ୍ଥିତି । ଏନେଇ ଆରମ୍ଭ ହେବାରେ ଲାଗିଲାଣି ଗୋଟିଏ ପରେ ଗୋଟିଏ ସର୍ଭେ।

ୟୁପିର ଜନତା ମୁଖ୍ୟମନ୍ତ୍ରୀ ଭାବରେ ନୂଆ ଚେହେରା ଦେଖିବାକୁ ଚାହୁଁଛନ୍ତି, ନା' ଯୋଗୀ ଆଦିତ୍ୟନାଥଙ୍କୁ ପୁଣିଥରେ କ୍ଷମତାସୀନ କରିବେ । ଏହିସବୁ ପ୍ରସଙ୍ଗ ନେଇ ଏବିପି ନୁ୍ୟଜ୍- ସିଭୋଟର ସଂସ୍ଥା କରିଥିଲା ଜନମତ ସର୍ଭେ ।
ଆସନ୍ତୁ ଜାଣିବା ସର୍ଭେ ବିଷୟରେ
ନୁ୍ୟଜ୍ ଚାଲେନ୍ ଏବିପି ପକ୍ଷରୁ କରାଯାଇଥିବା ସର୍ଭେରେ ବିଜେପି ପୁଣି କ୍ଷମତାସୀନ ହେବା କୁହାଯାଇଛି । ସି-ଭୋଟର ସର୍ଭେରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଲୋକପ୍ରୀୟ ନେତା କିଏ ରହିଛି ସେନେଇ ଜନମତ ସଂଗ୍ରହ ହୋଇଥିଲା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଅଖିଳେଶ ଯାଦବ ଏବଂ ମାୟାବତୀଙ୍କ ବିଷୟରେ ଲୋକଙ୍କ ଠାରୁ ସଂଗୃହୀତ ହୋଇଥିଲା ମତାମତ । ଏଥିରେ ଯୋଗୀ ପୁର୍ବ ବର୍ଷ ତୁଳନାରେ ଯଦିଓ କମ୍ ମାର୍କ ପାଇଛନ୍ତି, ତେବେ ଲୋକପ୍ରୀୟତା କ୍ଷେତ୍ରରେ ରହିଛନ୍ତି ସବୁଠାରୁ ଆଗରେ । ରାଜ୍ୟର ୪୦.୪ ପ୍ରତିଶତ ଲୋକ ଯୋଗୀଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାକୁ ଚାହାଁନ୍ତି । ଯୋଗୀଙ୍କ ପଛକୁ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟୀର ନେତା ଅଖିଳେଶ ଯାଦବ । ଅଖିଳେଶଙ୍କୁ ୨୮ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଆସନରେ ଦେଖିବାକୁ ଚାହାଁନ୍ତି ଉତରପ୍ରଦେଶରେ । ଏବିପି-ସି ଭୋଟର ସର୍ଭେ ଅନୁସାରେ ବହୁଜନ ସମାଜବାଦୀ ପାର୍ଟୀ ନେତ୍ରୀ ମାୟାବତୀଙ୍କୁ କେବଳ ୧୪.୬ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି । ଏହି ଜନମତ ସର୍ଭେରେ କଂଗ୍ରେସ୍କୁ ପୁଣିଥରେ ନିରାଶ ହେବାକୁ ପଡ଼ିଛି ।
ମୁଖ୍ୟମନ୍ତ୍ରୀ ଭାବରେ ପ୍ରୀୟଙ୍କା ଗାନ୍ଧୀଙ୍କୁ ଦେଖିବାକୁ ଚାହାଁନ୍ତି ମାତ୍ର ୩ ପ୍ରତିଶତ
ୟୁପିରେ ଦୀର୍ଘ ଦିନ ଧରି ଏବେ କଂଗ୍ରେସର କମାଣ ଧରିଛନ୍ତି ପ୍ରୀୟଙ୍କା ଗାନ୍ଧୀ । ଜନମତ ସର୍ଭେର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା କଂଗ୍ରେସର ନେତୃତ୍ୱ ନେଇଥିବା ପ୍ରୀୟଙ୍କା ଗାନ୍ଧୀଙ୍କ ପ୍ରଭାବ । ୟୁପିର କେବଳ ୩ ପ୍ରତିଶତ ଲୋକ ଚାହାଁନ୍ତି ପ୍ରୀୟଙ୍କା ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଏହି ଜନମତ ଅନୁସାରେ । ରାଷ୍ଟ୍ରୀୟ ଲୋକଦଳ ନେତା ଜୟନ୍ତ ଚୌଧୁରୀଙ୍କୁ ଏହି ସର୍ଭେରେ ଦୁଇ ପ୍ରତିଶତ ଲୋକ ଚୟନ କରିଛନ୍ତି ।












Click it and Unblock the Notifications