ଉପ-ରାଷ୍ଟ୍ରପତିଙ୍କ ମିମିକ୍ରିକୁ ଅତ୍ୟନ୍ତ ଲଜ୍ଜ୍ୟା ଜନକ କହିଲେ ଯୋଗୀ ଆଦିତ୍ୟନାଥ

ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ମିମିକ୍ରି ନେଇ ବିରୋଧୀଦଳ ନେତାମାନେ ସାରା ଦେଶରେ ବିରୋଧ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଏବଂ ଅନ୍ୟାନ୍ୟ ନେତା ଏହି ପ୍ରସଙ୍ଗରେ ଦୁଃଖ ପ୍ରକାଶ କରିଛନ୍ତି । ମିମିକ୍ରି କରିଥିବା ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଏବଂ ତାଙ୍କ ଭିଡିଓ କରିଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ସମସ୍ତ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । ବର୍ତ୍ତମାନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ବିରୋଧୀ ଦଳର ନେତାଙ୍କ ଉପରେ ଏକ ବଡ଼ ଆକ୍ରମଣ କରିଛନ୍ତି ।

parlament
ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ଯୋଗୀ ଆଦିତ୍ୟନାଥ । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲେଖିଛନ୍ତି - ସଂସଦ ପରିସରରେ ମାନ୍ୟବର ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ମାନ୍ୟବର ଅଧ୍ୟକ୍ଷ ଶ୍ରୀ ଜଗଦୀପ ଧନଖଡଙ୍କ ପ୍ରତି ବିରୋଧୀ ଦଳର ଅସାମ୍ବିଧାନିକ, ତଥା ଅଯଥା ଆଚରଣ ଗଣତାନ୍ତ୍ରିକ ନୁହେଁ । "ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ବ୍ୟକ୍ତିଙ୍କ ପ୍ରତି ଅହଂକାର ଏବଂ ଘୃଣାରେ ପରିପୂର୍ଣ୍ଣ ଏହି କାର୍ଯ୍ୟ ଅତ୍ୟନ୍ତ ଲଜ୍ଜାଜନକ। ସଂସଦର ସମ୍ମାନକୁ ଅପମାନ କରୁଥିବା ଏହି କାର୍ଯ୍ୟକୁ ମୁଁ ଦୃଢ଼ନିନ୍ଦା କରୁଛି।"

ଉପରାଷ୍ଟ୍ରପତି ଧନଖଡଙ୍କ ଅପମାନ ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି "ଅଭିବ୍ୟକ୍ତି ସମୟରେ ନିଜ ଉପରେ ଟିକିଏ ସୌଜନ୍ୟ ରହିବା ଆବଶ୍ୟକ। ଏହା ଏକ ସଂସଦୀୟ ପରମ୍ପରା ଯାହା ପାଇଁ ଆମେ ଗର୍ବିତ ଏବଂ ଭାରତର ଲୋକମାନେ ଆଶା କରୁଛନ୍ତି ଯେ ଏହାକୁ ସମର୍ଥନ କରିବେ। " ଏଥି ସହ ପ୍ରଧାନମନ୍ତ୍ରୀ ମୋଦୀ ଉପରାଷ୍ଟ୍ରପତି ଧନଖଡଙ୍କୁ ଫୋନ କରି ଦୁଃଖ ପ୍ରକାଶ କରିଥିଲେ । ଗତ 20 ବର୍ଷ ଧରି ଏହି ପ୍ରକାର ଅପମାନର ଶିକାର ହେଉଛନ୍ତି, କିନ୍ତୁ ନିଜ କର୍ତ୍ତବ୍ୟ ପାଳନ କରିଆସୁଛନ୍ତି। ବିରୋଧୀ ଦଳର ଆଚରଣ ଦୁର୍ଭାଗ୍ୟଜନକ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+