Get Updates
Get notified of breaking news, exclusive insights, and must-see stories!

ଯୋଗ ସଂଗମ କାର୍ଯ୍ୟକ୍ରମ ପଂଜୀକରଣ ୪ ଲକ୍ଷ ଟପିଲା; ୧ ଲକ୍ଷରୁ ଅଧିକ ଯୋଗସ୍ଥଳୀ ସହିତ ରାଜସ୍ଥାନ ସବୁଠାରୁ ଆଗରେ

ସ୍ୱାସ୍ଥ୍ୟ ପାଇଁ ଏକତାର ଏକ ଚମତ୍କାର ପ୍ରଦର୍ଶନ ସ୍ବରୂପ, ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିଓ୍ବାଇ) ୨୦୨୫ର ମୁଖ୍ୟ କାର୍ଯ୍ୟକ୍ରମ, ଯୋଗ ସଙ୍ଗମ ପାଇଁ ପଞ୍ଜୀକରଣ ସଂଖ୍ୟା ଐତିହାସିକ ୪ ଲକ୍ଷ ଅତିକ୍ରମ କରିଛି । ଏହା ପାରମ୍ପରିକ ଅଭ୍ୟାସ ମାଧ୍ୟମରେ ସାମଗ୍ରିକ ସ୍ୱାସ୍ଥ୍ୟ ହାସଲ କ୍ଷେତ୍ରରେ ବିଶ୍ବର ଆଲୋକବର୍ତ୍ତିକାଭାବେ ଭାରତର ଭୂମିକାକୁ ପୁଣି ପ୍ରମାଣିତ କରିଛି । ଉଲ୍ଲେଖଯୋଗ୍ୟ ଯେ ଏପର୍ଯ୍ୟନ୍ତ ଦେଶରେ କୌଣସି କାର୍ଯ୍ୟକ୍ରମ ଏତେ ବିଶାଳ ଅଂଶଗ୍ରହଣ ହାସଲ କରିନାହିଁ।

୨୧ ଜୁନରେ ଏହି ଐତିହାସିକ ଯୋଗାଭ୍ୟସ ପ୍ରଦର୍ଶନ ଦେଶର ଲକ୍ଷ ଲକ୍ଷ ସ୍ଥାନରେ ଏକକାଳୀନ ହେବ, ଯାହା ଭାରତର ସୁସ୍ଥତା ଯାତ୍ରାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ଦେଶବ୍ୟାପୀ ଆନ୍ଦୋଳନର ସବୁଠାରୁ ଚମତ୍କାର ପ୍ରଦର୍ଶନ ବିଶାଖାପାଟଣାରେ ହେବ ଯେଉଁଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପରାଓ ଜାଧବ ୫ ଲକ୍ଷରୁ ଅଧିକ ଯୋଗ ଉତ୍ସାହୀଙ୍କ ସହିତ ଯୋଗାଭ୍ୟାସ ପ୍ରଦର୍ଶନ କରିବେ।

Yoga Sangam program registrations cross 4 lakh

ଯୋଗ ସଙ୍ଗମ, ଜୁନ୍ ୨୧,୨୦୨୫ ରେ ସକାଳ ୬.୩୦ ରୁ ୭.୪୫ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ଏହା ଏପର୍ଯ୍ୟନ୍ତର ସବୁଠାରୁ ବଡ ସାମୁହିକ ଯୋଗ କାର୍ଯ୍ୟକ୍ରମ ହେବାକୁ ଯାଉଛି, ଯେଉଁଥିରେ ଲକ୍ଷ ଲକ୍ଷ ଅନୁଷ୍ଠାନ, ସଂଗଠନ ଏବଂ ସମ୍ପ୍ରଦାୟ ଏକତ୍ର ଅଂଶଗ୍ରହଣ କରିବେ।

ରାଜସ୍ଥାନ ଏହି ଅଭିଯାନରେ ଆଗୁଆ ରହିଛି, ଯେଉଁଠାରେ ୧,୩୮,୦୩୩ଟି ସଂଗଠନ ପଂଜୀକରଣ କରିଛନ୍ତି । ଏହା ପରେ ଦ୍ୱିତୀୟ ସ୍ଥାନରେ ଅଛି ଆନ୍ଧ୍ରପ୍ରଦେଶ (୧,୩୮,୦୩୩ଟି ପଂଜୀକରଣ), ଉତ୍ତର ପ୍ରଦେଶ (୧,୦୧,୭୬୭ଟି ପଂଜୀକରଣ), ମଧ୍ୟପ୍ରଦେଶ (୨୬,୧୫୯ଟି ପଂଜୀକରଣ), ଗୁଜୁରାଟ (୧୯,୯୫୧ଟି ପଂଜୀକରଣ) ଓ ହିମାଚଳ ପ୍ରଦେଶ (୧୨,୦୦୦ଟି ପଂଜୀକରଣ )।

ଏହି ଉତ୍ସାହଜନକ ଅଂଶଗ୍ରହଣ ଚଳିତ ବର୍ଷର ବିଷୟବସ୍ତୁ - 'ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ' ନିମନ୍ତେ ବ୍ୟାପକ ଉତ୍ସାହକୁ ପ୍ରତିଫଳିତ କରେ । ଏହା ଏକ ବାର୍ତ୍ତା ଯାହା ଯୋଗକୁ ବିଶ୍ୱ ଏବଂ ବ୍ୟକ୍ତିଗତ ସୁସ୍ଥତା ସହିତ ଯୋଡ଼େ।

ଆଇଆଇଟି ଏବଂ ଆଇଆଇଏମ ଠାରୁ ଆରମ୍ଭ କରି ତୃଣମୂଳ ସ୍ତରର ଏନଜିଓ ଏବଂ ଅଗ୍ରଣୀ କର୍ପୋରେଟ ପର୍ଯ୍ୟନ୍ତ, ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠାନ ଏହି ଆହ୍ୱାନକୁ ଗ୍ରହଣ କରୁଛନ୍ତି। ଯୋଗ ସଙ୍ଗମ ପୋର୍ଟାଲ୍ (https://yoga.ayush.gov.in/yoga-sangam) ଦେଶବ୍ୟାପୀ ସମନ୍ୱୟର କେନ୍ଦ୍ର ଭାବରେ ଉଭା ହୋଇଛି।

ଯୋଗ ସଙ୍ଗମରେ କିପରି ଯୋଗ ଦେବେ:

https://yoga.ayush.gov.in/yoga-sangam ଦେଖନ୍ତୁ ।

ଆପଣଙ୍କର ଗୋଷ୍ଠୀ/ସଂଗଠନକୁ ପଞ୍ଜୀକୃତ କରନ୍ତୁ।

ସକାଳ ୬.୩୦ ରୁ ୭.୦୦ଟା ପର୍ଯ୍ୟନ୍ତ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ ଲାଇଭ ଦେଖନ୍ତୁ ଏବଂ ସକାଳ ୭.୦୦ ରୁ ୭.୪୫ ପର୍ଯ୍ୟନ୍ତ ଏକ ଯୋଗ ଅଧିବେଶନ ପରିଚାଳନା କରନ୍ତୁ।

ଆପଣଙ୍କର କାର୍ଯ୍ୟକ୍ରମ ବିବରଣୀ ଅପଲୋଡ୍ କରନ୍ତୁ ଏବଂ ଏକ ସରକାରୀ ପ୍ରଶଂସା ପ୍ରମାଣପତ୍ର ପ୍ରାପ୍ତ କରନ୍ତୁ।

୪ ଲକ୍ଷରୁ ଅଧିକ ସଂଗଠନମାନଙ୍କ ସହିତ ଏହି ଅଭିଯାନ ଗତିଶୀଳ ହେଉଥିବାବେଳେ, ଆୟୁଷ ମନ୍ତ୍ରଣାଳୟ ସମସ୍ତଙ୍କୁ ଏହି ପରିବର୍ତ୍ତନମୂଳକ ମୁହୂର୍ତ୍ତର ଅଂଶ ହେବାକୁ ନିମନ୍ତ୍ରଣ କରୁଛି। ଆସନ୍ତୁ ଯୋଗ ମାଧ୍ୟମରେ ଏକ ହେବା - ସ୍ୱାସ୍ଥ୍ୟ, ସଦ୍ଭାବନା ଏବଂ ଏକ ଉତ୍ତମ ଭବିଷ୍ୟତ ପାଇଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+