Year Ender 2024: ଟ୍ରେଣ୍ଡରେ ରହିଥିଲା ଏହି ସବୁ ସେଲିବ୍ରେଟିଙ୍କ ସନ୍ତାନଙ୍କ ନାମ
ଆସୁଛି ନୂଆବର୍ଷ ୨୦୨୫ । ପୁଣି ନୂତନ ଉତ୍ସାହ, ଉଦ୍ଦୀପନା ଓ ଆଶା ଆକାଂକ୍ଷା ନେଇ ଏକ ନବ ବର୍ଷ ନୂତନ କ୍ୟାଲେଣ୍ଡର ସହ ଆରମ୍ଭ ହେବାକୁ ଯାଉଛି । ବିଦାୟୀ ୨୪ରେ ଅନେକ ସେଲିବ୍ରିଟିଙ୍କୁ ମିଳିଛି ଗୁଡ୍ ନ୍ୟୁଜ । ବିରାଟ କୋହଲିଙ୍କ ଠାରୁ ଆରମ୍ଭ କରିବଦୀପିକା ପାଦୁକୋନଙ୍କ ଘରେ କୁନି ଅତିଥିର ପାଦ ପଡିଛି । ଆଉ ଏ ବର୍ଷ କିଛି ଛୁଆଙ୍କର ନାମ ବେଶ୍ ଟ୍ରେଣ୍ଡରେ ରହିଥିଲା । ଏହାକୁ କେତେକ ସେଲିବ୍ରିଟି ନିଜ ସନ୍ତାନର ନାମ ରଖିଥିଲେ । କିଛି ନାମ ଏଥିପାଇଁ ମଧ୍ୟ ଚର୍ଚ୍ଚାକୁ ଆସିଥିଲା କି ତା'ର ଅର୍ଥ ବହୁତ୍ ଖାସ୍ ଥିଲା । ଆଜି ଆମେ ଆପଣଙ୍କୁ ସେଭଳି କେତେକ ଫିଲ୍ମ ଅଭିନେତା, କ୍ରିକେଟରଙ୍କ ସନ୍ତାନ ନାମ ଜଣାଇବୁ ଯାହାକୁ ଲୋକମାନେ ଖୁବ୍ ପସନ୍ଦ କରିଥିଲେ ।
ନାମକରଣ କଥା ଆସିଲେ ପ୍ରଥମେ ଇଣ୍ଟନନେଟ୍ ଖୋଲି କେଉଁ ସେଲିବ୍ରିଟି ନିଜ ପିଲାର ନାଁ କଣ ରଖିଛି ତାହା ଖୋଜନ୍ତି । ଏ ବର୍ଷ କେଉଁ ସେଲିବ୍ରିଟଙ୍କ ସନ୍ତାନ ନାଁ ଟ୍ରେଣ୍ଡ ରହିଥିଲା ?

ଅକାୟ: ଷ୍ଟାର କ୍ରିକେଟର ବିରାଟ କୋହଲି ଏବଂ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମା ଚଳିତ ବର୍ଷ ନିଜର ଦ୍ବିତୀୟ ସନ୍ତାନକୁ ସ୍ବାଗତ କରିଛନ୍ତି । ଷ୍ଟାର ଦମ୍ପତିଙ୍କ ଘରେ ପୁତ୍ର ସନ୍ତାନ ଜନ୍ମ ହୋଇଛି । ପୂର୍ବରୁ ଦୁହିଁଙ୍କର ଗୋଟିଏ ଝିଅ ଥିଲା । ତେବେ ବିରାଟ ଓ ଅନୁଷ୍କା ନିଜ ପୁଅର ନାଁ ଅକାୟ ରଖିଛନ୍ତି । ଅକାୟର ଅର୍ଥ ଈଶ୍ବରଙ୍କ ନିରାକାର ରୂପ । ଏହି ନାଁ ଭଗବାନ ଶିବଙ୍କ ସହ ଜଡିତ ଥିବା ମଧ୍ୟ କୁହାଯାଏ ।
ଦୁଆ: ବି-ଟାଉନର ରୋମାଣ୍ଟିକ ଯୋଡି ଦୀପିକା ପାଦୁକୋନ ଓ ରଣବୀର ସିଂ ଚଳିତ ବର୍ଷ ନିଜର ପ୍ରଥମ ସନ୍ତାନ ଜନ୍ମ ଦେଇଛନ୍ତି । ଦୀପିକା ଏକ କନ୍ୟା ସନ୍ତାନର ମାଆ ହୋଇଛନ୍ତି । ତେବେ ପ୍ରେଗନ୍ସି ପରଠୁ ଦୀପିକା ବେଶ୍ ଚର୍ଚ୍ଚାରେ ରହିଥିଲେ । ଡେଲିଭରି ପରେ ସେ ନିଜ ଝିଅର ନାମକରଣ ରଖିବା ମାତ୍ରେ ଏହା ଟ୍ରେଣ୍ଡ କରିବାରେ ଲାଗିଥିଲା । ରଣବୀର-ଦୀପିକା ନିଜ ଝିଅର ନାଁ ଦୁଆ ରହିଖନ୍ତି, ଯାହାକି ଦୀପିକା, ତାଙ୍କର ମାଆ ଉଜ୍ଜ୍ବଳା ଓ ଭଉଣୀ ଅନୀଶାଙ୍କ ନାଁର ପ୍ରଥମ ଅକ୍ଷରକୁ ଯୋଡି ହୋଇଛି । ଦୁଆ ଶବ୍ଦରେ ଅର୍ଥ ପ୍ରାର୍ଥନା ବା ଆଶୀର୍ବାଦ ଅଟେ ।
ବରଦାନ:
ଏ ବର୍ଷ ଅଭିନେତା ବିକ୍ରାନ୍ତ ମେସିଙ୍କ ଘରେ ମଧ୍ୟ କୁନି ଅତିଥି ଆସିଛି । ବିକ୍ରାନ୍ତ ଓ ପତ୍ନୀ ଶୀତଲ ଠାକୁର ଏ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ଯାହାର ନାଁ ରଖିଛନ୍ତି ବରଦାନ । ଏହି ନାମର ଅର୍ଥ ଈଶ୍ବରଙ୍କ ଉପହାର ।
ଲାରା:ଲୋକପ୍ରିୟ ବଲିଉଡ ଅଭିନେତା ବରୁଣ ଧାୱନ ମଧ୍ୟ ଚଳିତ ବର୍ଷ ପିତା ହୋଇଛନ୍ତି । ତାଙ୍କର ପତ୍ନୀ ନତାଶା କନ୍ୟାସନ୍ତାନ ଜନ୍ମ ଦେଇଛନ୍ତି । ଦୁହେଁ ନିଜ ଝିଅର ନାମ ରଖିଛନ୍ତି ଲାରା । ଏହା ଏକ ଗ୍ରୀକ୍ ଶବ୍ଦରୁ ଆସିଛି ଏବଂ ଲାରାର ଅର୍ଥ ଶାଳୀନତା, ସ୍ଥିରତା ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications