ଗଙ୍ଗା ନଦୀ ପରେ ବିପଦ ସଙ୍କେତ ଉପରେ ଯମୁନା , ୧୦,୦୦୦ ସ୍ଥାନାନ୍ତରିତ
ଗଙ୍ଗା ନଦୀ ପରେ ଏବେ ଯମୁନା ନଦୀ ମଧ୍ୟ ନିଜର ଭୟଙ୍କର ରୂପ ଦେଖାଉଛି । କ୍ରମାଗତ ବର୍ଷା ଏବଂ ଉପରମୁଣ୍ଡରୁ ଅତ୍ୟଧିକ ଜଳ ପ୍ରବାହ ଯୋଗୁଁ ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି, ଯାହା ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ବଡ଼ ସଙ୍କଟ ସୃଷ୍ଟି କରିଛି ।

ଏହାର ଫଳସ୍ୱରୂପ, ଦିଲ୍ଲୀର ଅନେକ ନିମ୍ନ ଭୂଭାଗରେ ବନ୍ୟା ଜଳ ପ୍ରବେଶ କରିଛି। ଲାଲକିଲ୍ଲା, ରିଂ ରୋଡ୍, ରାଜଘାଟ, ଆଇଏସବିଟି ଏବଂ ପୁରୁଣା ଦିଲ୍ଲୀ ରେଳ ଷ୍ଟେସନ ନିକଟସ୍ଥ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। କେତେକ ସ୍ଥାନରେ ରାସ୍ତା ଉପରେ ୪-୫ ଫୁଟ ପାଣି ଜମି ରହିଛି, ଯାହା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।ଦିଲ୍ଲୀ ବ୍ୟତୀତ ହରିଆଣା ଏବଂ ଉତ୍ତର ପ୍ରଦେଶର ଯମୁନା ନଦୀ କୂଳରେ ଥିବା ଜିଲ୍ଲାଗୁଡ଼ିକରେ ମଧ୍ୟ ସଙ୍କଟ ଦେଖାଦେଇଛି।
ହରିଆଣାର ଯମୁନାନଗର, ପାନିପତ ଏବଂ ସୋନିପତ ଅଞ୍ଚଳରେ ଯମୁନାର ଜଳସ୍ତର ବୃଦ୍ଧି ପାଇଛି। ଉତ୍ତର ପ୍ରଦେଶର ବୃନ୍ଦାବନ ଏବଂ ମଥୁରା ଭଳି ଅନେକ ଧାର୍ମିକ ସ୍ଥାନରେ ମଧ୍ୟ ବନ୍ୟା ପାଣି ପ୍ରବେଶ କରିଛି, ଯାହା ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବନ୍ୟା ଯୋଗୁ କୃଷି ଜମି ମଧ୍ୟ ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହୋଇଛି।












Click it and Unblock the Notifications