ଲିଙ୍ଗଗତ ସମାନତା ପାଇଁ ଦିଲ୍ଲୀ ଜାଭିଅର କଲେଜ ପ୍ରତିଷ୍ଠା କଲା ସ୍ଵତନ୍ତ୍ର ଅନୁଷ୍ଠାନ
ସମ୍ପ୍ରତି ବିକାଶରେ ଜାଭିୟର୍ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ, ମହିଳାଙ୍କୁ ଶକ୍ତି ପ୍ରଦାନ କରିବା ପ୍ରୟାସରେ ଦିଲ୍ଲୀ-ଏନସିଆର କ୍ୟାମ୍ପସରେ ଲିଙ୍ଗଗତ ସମାନତା ଏବଂ ଅନ୍ତର୍ଭୂକ୍ତ ନେତୃତ୍ୱ କେନ୍ଦ୍ର ପ୍ରତିଷ୍ଠା କରୁଛି ।
ନୂଆଦିଲ୍ଲୀ: ସମ୍ପ୍ରତି ବିକାଶରେ ଜାଭିୟର୍ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ, ମହିଳାଙ୍କୁ ଶକ୍ତି ପ୍ରଦାନ କରିବା ପ୍ରୟାସରେ ଦିଲ୍ଲୀ-ଏନସିଆର କ୍ୟାମ୍ପସରେ ଲିଙ୍ଗଗତ ସମାନତା ଏବଂ ଅନ୍ତର୍ଭୂକ୍ତ ନେତୃତ୍ୱ କେନ୍ଦ୍ର ପ୍ରତିଷ୍ଠା କରୁଛି ।

ମହିଳା ଦିବସର ଏହି ବର୍ଷର ବିଷୟବସ୍ତୁକୁ ଦୃଷ୍ଟିରେ ରଖି 'ମହିଳା ନେତୃତ୍ୱରେ ମହିଳାଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଲିଙ୍ଗଗତ ସମାନତା ଏବଂ ଅନ୍ତର୍ଭୂକ୍ତ ନେତୃତ୍ୱ କେନ୍ଦ୍ର ପ୍ରତିଷ୍ଠା କରି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଛି । ସବୁ ସମୟରେ ଦେଖାଯାଇଛି ଯେ, ଦିଲ୍ଲୀ ଏନସିଆରର ଜାଭିଅର ସ୍କୁଲ ଅଫ ମ୍ୟାନେଜ ମେଣ୍ଟ ନୈତିକତା, ସ୍ଥିରତା ଏବଂ ସାମାଜିକ ଉଦ୍ୟୋଗ ପରି ବିଭିନ୍ନ ପ୍ରସଙ୍ଗରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ।
ଏହି କେନ୍ଦ୍ର ବୃତ୍ତିଗତ ଭାବରେ ପ୍ରତିଷ୍ଠିତ ଆଲୁମିନି ଏବଂ ଶିଳ୍ପ ଅଭ୍ୟାସକାରୀଙ୍କ ଏକ ବୃହତ ଗୋଷ୍ଠୀକୁ ଏକତ୍ରିତ କରେ ଯେଉଁମାନେ ଭାରତୀୟ ମହିଳାଙ୍କ ଦ୍ବାର ଦୈନନ୍ଦିନ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ XLRI ସହିତ ସହଯୋଗ କରିବେ ।












Click it and Unblock the Notifications