ସାରା ଦେଶରେ ଜିଓ ସିମ୍ ୟୁଜର୍ ସର୍ଭର ଡାଉନ୍
X, Jio, Google Nerwork Down: ସାରା ଦେଶରେ ଜିଓ ସିମ୍ ୟୁଜର୍ ସର୍ଭର ଡାଉନ୍, ଯେଉଁଥି ପାଇଁ ଉପଭୋକ୍ତାମାନଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବା ପାଇଁ ପଡୁଛି । ଏହା ବ୍ୟତୀତ ଗୁଗୁଲ ଏବଂ ୟୁଟ୍ୟୁବର ସର୍ଭର ମଧ୍ୟ ଡାଉନ୍ ରହିଛି, ଏହି ସମସ୍ୟା ଅନେକ ବଡ ସହରରେ ଦେଖିବାକୁ ମିଳିଛି । 3000ରୁ ଅଧିକ ଉପଭୋକ୍ତା ଆପ୍ ଡାଉନ ହୋଇଥିବାର ଅଭିଯୋଗ କରିଛନ୍ତି। X ଏବଂ ସ୍ନାପଚାଟ ସର୍ଭର ମଧ୍ୟ ଡାଉନ ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଜିଓର ନେଟୱାର୍କରେ ସମସ୍ୟା ଥିବାରୁ ଦିନ ପ୍ରାୟ 1.30 ସମୟରେ ହ୍ୱାଟସ୍ ଚଳାଇବାରେ ସମସ୍ୟା ଦେଖାଦେଇଥିଲା । ଯାହାକୁ ନେଇ ଲୋକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସେମାନଙ୍କର ଅଭିଯୋଗ ପୋଷ୍ଟ କରିଥିଲେ । ଆପ୍ସ ବ୍ୟତୀତ, ବର୍ତ୍ତମାନ ବ୍ୟବହାରକାରୀମାନେ ଜିଓ ଫାଇବର ଏବଂ ଇଣ୍ଟରନେଟ୍ ଚଲାଇବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମସ୍ୟାକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଅନେକ ପୋଷ୍ଟ ଦେଖିବାକୁ ମିଳିଛି ।












Click it and Unblock the Notifications