ଦୁଇ ଲକ୍ଷ ଭାରତୀୟ ଆକାଉଣ୍ଟକୁ ବ୍ୟାନ୍ କଲା ଏକ୍ସ, ଜାଣନ୍ତୁ କଣ ରହିଛି କାରଣ ......
ନୂଆଦିଲ୍ଲୀ: ଏଲନ ମସ୍କଙ୍କ କମ୍ପାନୀ ଏକ୍ସ ଜାରି କଲା ମାସିକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ । ଯାହା ସୂଚନା ରହିଛି ଭାରତରେ ୨ଲକ୍ଷ ୧୩ ହଜରରୁ ଅଧିକ ଆକାଉଣ୍ଟକୁ ବ୍ୟାନ୍ କରିଦେଇଛି କମ୍ପାନୀ । ଫେବୃଆରୀ ୨୬ ରୁ ମାର୍ଚ୍ଚ ୨୫ ମଧ୍ୟରେ ଭାରତରେ ୨,୧୨,୬୨୭ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି । କମ୍ପାନୀ କହିଛି ଏହି ଆକାଉଣ୍ଟଗୁଡ଼ିକ ଏକ୍ସର ନିୟମ ଉଲ୍ଲଂଘନ କରିଥିବାରୁ ଏଗୁଡ଼ିକୁ ବ୍ୟାନ୍ କରାଯାଇଛି ।ବ୍ୟାନ୍ ହୋଇଥିବା ଏକ୍ସ ଆକାଉଣ୍ଟରେ ଶିଶୁ ଯୌନ ଶୋଷଣ ଏବଂ ଅସହମତିନଗ୍ନତା ଯୋଗୁ ବ୍ୟାନ୍ କରାଯାଇଛି । ସେହିପରି ଆଉ କିଛି ଆକାଉଣ୍ଟକୁ ଆତଙ୍କବାଦୀକୁ ପ୍ରୋତ୍ସାହନ କରୁଥିବାରୁ ଏଗୁଡ଼ିକୁ ବ୍ୟାନ୍ କରାଯାଇଛି ।

ରିପୋର୍ଟ ଅନୁସାରେ, ୨୧୨,୬୨୭ ଆକାଉଣ୍ଟ ବେଆଇନ କ୍ଷତିକାର କଣ୍ଟେଣ୍ଟ ପାଇଁ ବ୍ୟାନ୍ କରାଯାଇଥିବା ବେଳେ ୧୨୩୫ ଆକାଉଣ୍ଟ ଆତଙ୍କବାଦୀକୁ ପ୍ରୋତ୍ସାହିତ କରୁଥିବାରୁ ବ୍ୟାନ୍ କରାଯାଇଛି । ରିପୋର୍ଟରେ କୁହାଯାଇଛି ଯେ ଏକାଧିକ ଆକାଉଣ୍ଟ ଶିଶୁ ଯୌନ ଶୋଷଣ ସମ୍ପର୍କିତ ପୋଷ୍ଟ ଯଥା ଅଶ୍ଳୀଳ ଫଟୋ, ମିଡିଆ, ଟେକ୍ସ ଆଦି କରୁଥିଲେ ଓ କମ୍ପାନୀ କୌଣସି ସ୍ଥିତିରେ ବି ଯୌନ ଶୋଷଣକୁ ବରଦାସ୍ତ କରିବ ନାହିଁ ବୋଲି ଏକ୍ସ କହିଛି ।












Click it and Unblock the Notifications