କରୋନାର ନୂଆ ଭାରିଆଣ୍ଟ ନିଓକୋଭ୍ : ପ୍ରତି ତିନି ଜଣରେ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: କରୋନାଭାଇରସର ଆଉ ଏକ ନୂତନ ପ୍ରଜାତି ନିଓକୋଭକୁ ନେଇ ବିଶ୍ବରେ ସୃଷ୍ଟି ହୋଇଛି ଆତଙ୍କ । ଏହି ନୂତନ ଭାଇରସର ସନ୍ଧାନ ମିଳିଛି ଦକ୍ଷିଣ ଆଫ୍ରିକାରେ । ଏହି ପ୍ରଜାତି ଶ୍ଵାସକ୍ରିୟା ସିଣ୍ଡ୍ରୋମ MERS-COV ସହିତ ଜଡିତ ଥିବା ଜଣାଯାଇଛି। ରୁସ ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ ନିୟକୋଭ ପ୍ରଥମେ ଦକ୍ଷିଣ ଆଫ୍ରିକାର କେତେକ ବାଦୁଡିମାନଙ୍କଠାରେ ମିଳିଥିଲା। ଏହି ଭାଇରସରେ ଆକ୍ରାନ୍ତଙ୍କ ମୃତ୍ୟୁହାର ଯଥେଷ୍ଟ ଅଧିକ ବୋଲି କୁହାଯାଉଛି । ସେହିପରି ଏହାର ସଂକ୍ରମଣହାର ମଧ୍ୟ ଅନ୍ୟ ଭୂତାଣୁ ପ୍ରଜାତି ଠାରୁ ଅଧିକ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି ।

ଅନୁସନ୍ଧାନ ପରେ ରୁଷର ଷ୍ଟେଟ ଭାଇରୋଲୋଜି ଏବଂ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟରର ବିଶେଷଜ୍ଞମାନେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ନିଓକୋଭ୍ ଜନିତ ସମ୍ଭାବ୍ୟ ବିପଦଗୁଡିକ ଅଧ୍ୟୟନ ଏବଂ ଅନୁସନ୍ଧାନ କରାଯିବା ଆବଶ୍ୟକ। ଏଠାରେ ସୂଚନା ଯୋଗ୍ୟ ଯେ, କୋଭିଡ୍ -19 ଉପରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ମାରିଆ ଭାନ୍ କେର୍ଖୋଭ ଦାବି କରିଛନ୍ତି ଯେ ଓମିକ୍ରନ୍ ପ୍ରଜାତି କରୋନାଭାଇରସର ଶେଷ ପ୍ରଜାତି ନୁହେଁ ଏବଂ ଭବିଷ୍ୟତରେ ଆହୁରି ଅନେକ ପ୍ରଜାତି ଦେଖାଦେଇପାରେ। "ଏହି ଭୂତାଣୁ ଏବେ ବି ବିକାଶ ଏବଂ ପରିବର୍ତ୍ତନ ହେଉଛି ଏବଂ ଆମେ ସେହି ଅନୁସାରେ ପରିବର୍ତ୍ତନ ଏବଂ ଆଡଜଷ୍ଟ କରିବା ଆବଶ୍ୟକ ।












Click it and Unblock the Notifications