ରାସ୍ତାକୁ ଓହ୍ଲାଇଲେ ଯୁବ୍ ରେସଲର୍: ହାତରେ ବ୍ୟାନର ଧରି ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ଭିନେଶ ଫୋଗାଟଙ୍କୁ ବିରୋଧ
ନୂଆଦିିଲ୍ଲୀ: ଭାରତୀୟ କୁସ୍ତିରେ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । ଜୋରଦାର ବିରୋଧ ପରେ କୁସ୍ତି ମହାସଂଘକୁ କ୍ରୀଡା ମନ୍ତ୍ରଣାଳୟ ନିଲମ୍ବନ କରିଦେଇଥିଲେ । ବର୍ତ୍ତମାନ ଦେଶ ପାଇଁ ସ୍ୱର୍ଣ୍ଣିମ ଅଧ୍ୟାୟ ହାସଲ କରିଥିବା ୩ ଷ୍ଟାର୍ ରେସଲର୍ଙ୍କୁ ବିରୋଧ କରି କୁସ୍ତିଯୋଦ୍ଧାମାନେ ରାସ୍ତାକୁ ଓହ୍ଲାଇଛନ୍ତି ।

ଷ୍ଟାର୍ ରେସଲର ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ଭିନେଶ ଫୋଗାଟଙ୍କୁ ବିରୋଧ କରି ଯୁବ କୁସ୍ତିଯୋଦ୍ଧାମାନେ ଆଜି ଦିଲ୍ଲୀର ଜନ୍ତରମନ୍ତରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରୁଥିବାର ଦେଖିବା ପାଇଁ ମିଳିଥିଲା । ଉତ୍ତରପ୍ରଦେଶ, ହରିୟାଣା ଓ ଦିଲ୍ଲୀର ଭିନ୍ନ ଭିନ୍ନ ଅଞ୍ଚଳରୁ ଆସିଥିବା ଜୁନିଅର କୁସ୍ତିଯୋଦ୍ଧାମାନେ ନିଜ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି। ହାତରେ ବ୍ୟାନର ଧରି ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ଭିନେଶ ଫୋଗାଟ ଯୁବ ରେସ୍ଲର୍ଙ୍କ କ୍ୟାରିୟର ବର୍ବାଦ କରିଦେଇଥିବା ନେଇ ଅଭିଯୋଗ କରିଛନ୍ତି।

ବାସ୍ତବରେ, ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗକୁ ବିରୋଧ କରୁଥିବା ବ୍ୟକ୍ତିଙ୍କ ମୁଖ୍ୟ ଚେହେରା ହେଉଛନ୍ତି ଭେଟେରାନ ରେସଲର ବଜରଙ୍ଗ ପୁନିଆ, ସାକ୍ସି ମଲିକ ଏବଂ ବିନେଶ ଫୋଗାଟ। WFI ମୁଖ୍ୟ ବ୍ରିଜ ଭୂଷଣ ସିଂଙ୍କ ନିକଟ ସଞ୍ଜୟ ସିଂଙ୍କ ନିର୍ବାଚନକୁ ସମସ୍ତେ ବିରୋଧ କରିଥିଲେ।
Ad-Hoc Committee for Wrestling Federation of India plans to organize the national championships for the U-15 and U-20 categories within the next 6 weeks at Lakshmibai National Institute of Physical Education, Gwalior pic.twitter.com/EYWf6iT9gl
— ANI (@ANI) January 3, 2024
ସୂଚନାଥାଉ ଯେ, ଜାନୁଆରୀ ୨୦୨୩ରୁ ରେସଲିଂ ଆସୋସିଏସନକୁ ନେଇ ବିବାଦ ଲାଗି ରହିଛି । ଯାହା ପରଠୁ ଦୁଇ ଦୁଇ ଥର ଜାତୀୟ ରେସଲିଂ ଆସୋସିଏସନ ଦୁଇଥର ସ୍ଥଗିତ ହୋଇସାରିଲାଣି। ଏଥିଯୋଗୁ ଜାତୀୟ ଶିବିର ଏବଂ ପ୍ରତିଯୋଗିତା ଅଟକି ରହିଛି। କ୍ରୀଡ଼ା ପରିଚାଳନା ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ନିଯୁକ୍ତ ଆଡ୍-ହକ୍ ପ୍ୟାନେଲକୁ ଭାଙ୍ଗି ନିଲମ୍ବିତ ଭାରତୀୟ ରେସଲିଂ ଆସୋସିଏସନକୁ ପୁନଃ ସ୍ଥାପିତ କରାଯାଉ ବୋଲି ମଧ୍ୟ ଦାବି ହୋଇଛି ।












Click it and Unblock the Notifications