କୁସ୍ତିଯୋଦ୍ଧାଙ୍କ ଯୌନ ଶୋଷଣ ମାମଲା:ଗଠନ ହେଲା SIT ଟିମ୍

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧାମାନଙ୍କ ଯୌନ ଶୋଷଣ ମାମଲାରେ ଦିଲ୍ଲୀ ପୋଲିସର ତଦନ୍ତ ଜାରି ରହିଛି । WFI ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ହୋଇଥିବା ଯୌନ ଅପରାଧ ମାମଲାରେ ମହିଳା ରେସଲରଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ଦିଲ୍ଲୀ ପୋଲିସ ଶୁକ୍ରବାର ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛି ।

ଦିଲ୍ଲୀ ପୋଲିସ ମଧ୍ୟ କୋର୍ଟଙ୍କୁ ସୂଚନା ଦେଇଛି ଯେ, ଘଟଣାର ତଦନ୍ତ ପାଇଁ ଏକ ଏସଆଇଟି ଦଳ ଗଠନ କରାଯାଇଛି । ଅନ୍ୟପକ୍ଷରେ ବ୍ରିଜ ଭୂଷଣ ଶରଣ ସିଂ ଦିଲ୍ଲୀ ପୋଲିସ ନିକଟରେ ହାଜର ହୋଇ ନି ବୟାନ ରେକର୍ଡ କରିଛନ୍ତି । ରିପୋର୍ଟ ଅନୁସାରେ ପୋଲିସର ପ୍ରଶ୍ନର ଉତ୍ତର ଦେବାବେଳେ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି । WFI ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିବୃତ୍ତି ରେକର୍ଡ କରାଯାଇଛି ଏବଂ ତାଙ୍କଠାରୁ କିଛି ଦଲିଲ ମଧ୍ୟ ମଗାଯାଇଛି ।

Wrestlers

ଏହା ସହିତ ଅନୁସନ୍ଧାନ ପାଇଁ ଏସଆଇଟି ଟିମ୍ ଗଠନ କରାଯାଇଛି। ଅତିରିକ୍ତ ମୁଖ୍ୟ ମହାନଗର ନିଗମ ମାଜିଷ୍ଟ୍ରେଟ ହରଜିତ ସିଂ ଜସପାଲଙ୍କ କୋର୍ଟରେ ପୋଲିସ ଏହି ସୂଚନା ଦେଇଛି। ଏହି ମାମଲାରେ ଏକ ଷ୍ଟାଟସ୍ ରିପୋର୍ଟ ମଧ୍ୟ ଦାଖଲ କରାଯାଇଥିବା ନେଇ ମଧ୍ୟ ସୂଚନା ରହିଛି । ଘଟଣାର ଗମ୍ଭୀରତାକୁ ବିଚାର କରି ରିପୋର୍ଟ କାହାକୁ ମଧ୍ୟ ନ ଦେବା ପାଇଁ କୋର୍ଟ କହିଛନ୍ତି ।

ଏହା ସହ କୋର୍ଟ ସମସ୍ତ ପୀଡିତାଙ୍କ ବିୟାନ ରେକର୍ଡ କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ଶୁଣାଣି ଆସନ୍ତା ମେ 27 ତାରିଖରେ କରାଯିବ । ପ୍ରତିରକ୍ଷା ଓକିଲଙ୍କୁ ରିପୋର୍ଟର ଏକ ନକଲ ଯୋଗାଇବାକୁ କୋର୍ଟ ମଧ୍ୟ ପୋଲିସକୁ କହିଛନ୍ତି । ହେଲେ ଏପିପି ଶ୍ରୀବାସ୍ତବ ଏହି ରିପୋର୍ଟ କାହା ସହ ସେୟାର ନ କରିବା ପାଇଁ ମତ ରଖିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+