Wrestler Protest:କୁସ୍ତିଯୋଦ୍ଧା ସରକାରଙ୍କୁ ଦେଲେ ଧମକ୍, ଆଜି ନିଆଯାଇ ପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ନୂଆଦିଲ୍ଲୀ:ଦୀର୍ଘ ଦିନ ହେବ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତିଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । କୁସ୍ତିଯୋଦ୍ଧାଙ୍କ ଦାବି ଉପରେ ଏପର୍ଯ୍ୟନ୍ତ ଶୁଣାଣି କରାଯାଉ ନାହିଁ ଯାହା ନେଇ ଅସନ୍ତୋଷ ପ୍ରକାଶ କରିଛି ଖାମ । ଏହା ସହିତ ଖାପ ଆଜି ମହା ପଞ୍ଚାୟତ ଆୟୋଜନ କରିବାକୁ ଯାଉଛନ୍ତି ।
ମେ 23ରେ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ରେସଲରଙ୍କ ପ୍ରଦର୍ଶନ ଏକ ମାସ ପୂରଣ ହେବା ପାଇଁ ଯାଉଛି । ମାର୍ଚ୍ଚ 23 ରେ କୁସ୍ତିଯୋଦ୍ଧାମାନେ ଚେତାବନୀ ଦେଇଥିଲେ। ମହିଳା ରେସଲର ବିନେଶ ଫୋଗାଟ ଚେତାବନୀ ଦେଇଛନ୍ତି, ସେ କହିଛନ୍ତି ଯେ ପଞ୍ଚାୟତରେ ଆଜି ଏକ ବଡ଼ ନିଷ୍ପତ୍ତି ନିଆଯାଇ ପାରେ, ଯାହା ଦେଶ ପାଇଁ ଭଲ ହେବ ନାହିଁ ।

ବିନେଶ ଫୋଗାଟ କହିଛନ୍ତି ଯେ ଯଦି, ବ୍ରିଜ ଭୂଷଣ ଶରଣ ସିଂଙ୍କୁ ଗିରଫ କରାଯାଏ ନାହିଁ, ତେବେ ଆମେ ଆଜି ଏକ ବଡ଼ ନିଷ୍ପତ୍ତି ନେବୁ । ଯାହା ଦେଶର ସ୍ୱାର୍ଥରେ ରହିବ ନାହିଁ। ଏହା ଦେଶକୁ କ୍ଷତି ମଧ୍ୟ ପହଁଞ୍ଚାଇ ପାରେ । ସେ ଆହୁରି କହିଛନ୍ତି ଯେ, ଚାଷୀଙ୍କ ଆନ୍ଦୋଳନ 13 ମାସ ଧରି ଚାଲିଥିଲା, ଯେଉଁଥିପାଇଁ ଦେଶ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲା, ତେଣୁ ଯଦି ସମାନ ଆନ୍ଦୋଳନ ପୁଣି ଆରମ୍ଭ ହୁଏ ତେବେ ଏହା ଦେଶର ହିତରେ ରହିବ ନାହିଁ।
ପ୍ରକୃତରେ କୁସ୍ତିଯୋଦ୍ଧାମାନେ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ଗିରଫ କରାଯାଉ ବୋଲି ଦାବି କରୁଛନ୍ତି। ବ୍ରିଜଭୂଷଣ ଶରଣ ସିଂଙ୍କର ନାଁରେ ମହିଳା କୁସ୍ତିଯୋଦ୍ଧା ମାନେ ଯୌନ ନିର୍ଯାତନା ଅଭିଯୋଗ କରିଛନ୍ତି ।
ପାଲମ ଖାପର ମୁଖ୍ୟ ସୁରେନ୍ଦ୍ର ସୋଲାନକି କହିଛନ୍ତି ଯେ, କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ରବିବାର ଦିନ ହରିୟାଣାରେ ଖାପର ପଞ୍ଚାୟତ ବସିବା ପାଇଁ ଯାଉଛି । ବିଭିନ୍ନ ଖାପର ନେତାମାନେ ପଞ୍ଚାୟତରେ ଏକାଠି ହୋଇ ଆନ୍ଦୋଳନର ଭବିଷ୍ୟତ ପାଇଁ ଯୋଜନା କରିବେ












Click it and Unblock the Notifications