ମାର୍ଚ୍ଚ ବେଳେ କୁସ୍ତିଯୋଦ୍ଧାଙ୍କୁ ଉଠାଇ ନେଲା ପୋଲିସ
ନୂଆଦିଲ୍ଲୀ:ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜଭୂଷଣ ସଂଙ୍କ ବିରୋଧରେ ଦୀର୍ଘ ଦିନ ଧରି କୁସ୍ତିଯୋଦ୍ଧା ମାନେ ବିରୋଧ ପ୍ରଦର୍ଶନ କରୁ ଆସୁଛନ୍ତି । ଆଜି କୁସ୍ତିଯୋଦ୍ଧା ନୂଆ ସଂସଦ ଭବନ ସାମ୍ନାରେ ପ୍ରଦର୍ଶନ କରିବା ପାଇଁ ଘୋଷଣା କରିଥିଲେ । ହାତରେ ଜାତୀୟ ପତାକା ଧରି ନୂଆ ସଂସଦ ଭବନ ଅଭିମୁଖେ ମାର୍ଚ୍ଚ କରିବା ବେଳେ କୁସ୍ତିଯୋଦ୍ଧାଙ୍କୁ ପୋଲିସ ଉଠାଇ ନେଇଛି । ଏହାସହ କୁସ୍ତିଯୋଦ୍ଧାଙ୍କ ତମ୍ବୁ ମଧ୍ୟ ହାଟାଇ ଦିଆଯାଇଛି ।
ଆଜି ନୂଆ ସଂସଦ ଭବନର ଉଦଘାଟନୀ ସମାରୋହକୁ ନଜରରେ ରଖି ସଂସଦ ଭବନର ୨ କିଲୋମିଟର ଦୂର ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ହେଲେ ଏହାକୁ ଖାତିର ନ କରି ରେସଲର ମାନେ ସଂସଦ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ତେବେ ସେମାନଙ୍କୁ ଅଟକାଇବା ବେଳେ ପୋଲିସ-କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଧସ୍ତାଧସ୍ତି ହୋଇଥିଲା ।

ଏହି ମାମଲାକୁ ନେଇ ସ୍ୱତନ୍ତ୍ର ସିପି କହିଛନ୍ତି, ଆଇନ୍ ଶୃଙ୍ଖଳା ବ୍ୟବସ୍ଥାକୁ ଉଲ୍ଲଙ୍ଘନ କରିଥିବାରୁ ସମସ୍ତ କୁସ୍ତିଯୋଦ୍ଧାଙ୍କୁ ଅଟକ ରଖାଯାଇଛି । ତଦନ୍ତ ପରେ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସୂଚନାଥାଉ ଯେ, ଏପ୍ରିଲ୍ ୨୩ରୁ କୁସ୍ତିଯୋଦ୍ଧା ମାନେ ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜଭୂଷଣ ସଂଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି ।












Click it and Unblock the Notifications