ବ୍ରିଜଭୂଷଣଙ୍କୁ ଗିରଫ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ନାହିଁ, କହିଲା ଦିଲ୍ଲୀ ପୋଲିସ୍
Wrestlers Protest: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କୁ ଗିରଫ କରିବା ପାଇଁ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପ୍ରମାଣ ମିଳିପାରି ନାହିଁ ବୋଲି ଆଜି ବୁଧବାର ଦିଲ୍ଲୀ ପୋଲିସ କହିଛି । ଏଥି ସହିତ ଦିଲ୍ଲୀ ପୋଲିସ କହିଛି ଯେ,
କୁସ୍ତିଯୋଦ୍ଧାଙ୍କ ଦାବିକୁ ପ୍ରମାଣିତ କରିବା ପାଇଁ ଆମ ପାଖରେ କୌଣସି ସୁରାଗ ନାହିଁ, ତେଣୁ ବ୍ରିଜଭୂଷଣଙ୍କୁ ଗିରଫ କରାଯାଇ ପାରିବ ନାହିଁ ।
ବର୍ତ୍ତମାନ ପର୍ଯ୍ୟନ୍ତ ବ୍ରିଜ ଭୂଷଣ ସିଂଙ୍କୁ ଗିରଫ କରିବା ପାଇଁ ଆମେ ପର୍ଯ୍ୟାପ୍ତ ପ୍ରମାଣ ପାଇନାହୁଁ । ୧୫ ଦିନ ମଧ୍ୟରେ ଆମେ କୋର୍ଟରେ ଆମର ରିପୋର୍ଟ ଦାଖଲ କରିବୁ । ଏହା ଚାର୍ଜସିଟ୍ କିମ୍ବା ଅନ୍ତିମ ରିପୋର୍ଟ ଆକାରରେ ହୋଇପାରେ । କୁସ୍ତିମାନଙ୍କ ଦାବିକୁ ପ୍ରମାଣ କରିବାକୁ କୌଣସି ସହାୟକ ପ୍ରମାଣ ନାହିଁ ବୋଲି ଦିଲ୍ଲୀ ପୋଲିସର ଟପ୍ ସୋର୍ସ ନ୍ୟୁଜ୍ ଏଜେନ୍ସି ANI କୁ କହିଛି ।

ଏହା ବ୍ୟତୀତ ଦିଲ୍ଲୀ ପୋଲିସର ସୂତ୍ର ସୂଚନା ମୁତାବକ ପ୍ରାଥମିକ ଅଭିଯୋଗରେ ଦର୍ଶାଯାଇଥିବା ପୋକ୍ସୋ ଧାରା ଅନୁଯାୟୀ ଦଣ୍ଡ ୭ବର୍ଷରୁ କମ୍ । ଏହି କାରଣରୁ ଅଭିଯୁକ୍ତଙ୍କ ଦାବି ଅନୁଯାୟୀ ତଦନ୍ତକାରୀ ଅଧିକାରୀ ତାଙ୍କୁ ଗିରଫ କରିପାରିବେ ନାହିଁ । ସେହିଭଳି ଅଭିଯୁକ୍ତ ନା ସାକ୍ଷୀଙ୍କୁ ପ୍ରଭାବିତ କରୁଛନ୍ତି ନା ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଦିଲ୍ଲୀ ପୋଲିସରୁ ସୂତ୍ର ସୂଚନା ରହିଛି ।
ସୂଚନାଯୋଗ୍ୟ ଯେ, ବ୍ରିଜଭୂଷଣ ଶରଣ ସିଂଙ୍କୁ ଗିରଫ କରିବା ଦାବିରେ କୁସ୍ତିଯୋଦ୍ଧାମାନେ ଅଡି ବସିଛନ୍ତି । ମଙ୍ଗଳବାର ଦିନ ସାକ୍ଷୀ ମଲ୍ଲିକ, ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ ସମେତ ଅନେକ କୁସ୍ତିଯୋଦ୍ଧା ସେମାନେ ପାଇଥିବା ପଦକକୁ ଗଙ୍ଗାରେ ଭସାଇ ଦେବାକୁ ହରିଦ୍ୱାର ଯାତ୍ରା କରିଥିଲେ । ହେଲେ ଚାଷୀନେତା ନରେଶ ଟିକାୟତ ସେମାନଙ୍କୁ ବୁଝାସୁଝା କରିବା ପରେ କୁସ୍ତିଯୋଦ୍ଧାମାନେ ନରେଶ ଟିକାୟତଙ୍କୁ ପଦକ ହସ୍ତାନ୍ତର କରିଥିଲେ । ଏହା ସହିତ କୁସ୍ତିଯୋଦ୍ଧାମାନେ ସଂପୃକ୍ତ କର୍ତ୍ତୁପକ୍ଷଙ୍କୁ ୫ ଦିନ ସମୟ ଦେଇଛନ୍ତି ।
Till now, we have not found sufficient evidence to arrest Brij Bhushan Singh. Within 15 days we'll be filing our report in court. It could be in the form of chargesheet or final report. There is no supportive evidence to prove wrestlers' claim: Top Sources in Delhi Police to ANI
— ANI (@ANI) May 31, 2023
ତେବେ ଆଥଲେଟମାନଙ୍କ ପଦକ ଫିଙ୍ଗିବା ନିଷ୍ପତ୍ତି ନେଇ ବ୍ରିଜଭୂଷଣ କହିଛନ୍ତି ଯେ, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଦିଲ୍ଲୀ ପୋଲିସ ଯାଞ୍ଚ କରିସାରିଛି । ଦିଲ୍ଲୀ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି । ଯଦି ଅଭିଯୋଗର କୌଣସି ସତ୍ୟତା ଅଛି । ତେବେ ମୋତେ ଗିରଫ କରାଯିବ।












Click it and Unblock the Notifications