ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡନ ମାମଲା:ବ୍ରିଜଭୂଷଣଙ୍କୁ ମିଳିଲା ଜାମିନ
ନୂଆଦିଲ୍ଲୀ:ମହିଳା କୁସ୍ତିଯୋଦ୍ଧା ଯୌନ ଉତ୍ପୀଡନ ମାମଲା । ଦିଲ୍ଲୀର ରାୱଜ ଏଭିନ୍ୟୁ କୋର୍ଟ ଅଭିଯୁକ୍ତ ବ୍ରିଜଭୂଷଣଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ୨୫ ହଜାର ଟଙ୍କାର ମୁଚଲିକା ରଖି କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି । ସେହିପରି କୋର୍ଟଙ୍କ ବିନା ଅନୁମତିରେ ବ୍ରିଜଭୂଷଣ ଦେଶ ବାହାରକୁ ଯାଇପାରିବେ ନାହିଁ । ଏହାସହ ସାକ୍ଷୀମାନଙ୍କୁ ପ୍ରଭାବିତ ନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଥାଉ ଯେ, ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧା ମାନେ ଯୌନ ଉତ୍ପୀଡନ ଅଭିଯୋଗ ଆଣିବା ସହ ପ୍ରାୟ ୫ ମାସ ଧରି ଦିଲ୍ଲୀ ଜନ୍ତରମନ୍ତରରେ ଧାରଣାରେ ବସିଥିଲେ । ଭିନେଶ ଫୋଗଟ, ସାକ୍ଷୀ ମଲ୍ଲିକ ଏବଂ ବଜରଙ୍ଗ ପୁନିଆଙ୍କ ନେତୃତ୍ୱରେ କୁସ୍ତିଯୋଦ୍ଧା ମାନେ ଧାରଣା ଦେଇଥିଲେ ।

ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ କରିଛି ଯେ ବ୍ରିଜ ଭୂଷଣ ଶରଣ ସିଂହ ଶ୍ୱାସକ୍ରିୟା ଯାଞ୍ଚ କରିବା ବାହାନାରେ କିପରି ସେମାନଙ୍କ ଛାତି ଏବଂ ପେଟକୁ ସ୍ପର୍ଶ କରିଛନ୍ତି । 7 ଜଣ ମହିଳା ରେସଲରଙ୍କ ମଧ୍ୟରୁ 2 ଜଣ ଡବ୍ଲୁଏଫଆଇ ମୁଖ୍ୟ ବ୍ରିଜ ଭୂଷଣଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି । 21 ଅପ୍ରେଲ 2023 ରେ ସିପି ପୋଲିସ ଷ୍ଟେସନରେ ଅଭିଯୋଗ କରାଯାଇଥିଲା । 2016 ଟୁର୍ଣ୍ଣାମେଣ୍ଟ ସମୟରେ ବ୍ରିଜଭୂଷଣ ଶରଣ ସିଂହ ରେସ୍ତୋରାଁରେ ଏଭଳି ଅସଦାଚଣ କରିଥିଲେ । ସେ ମଧ୍ୟ ବଳପୂର୍ବକ ତାଙ୍କ ସହ ଏକାଠି ବସିବାକୁ କହିଥିଲେ ।
ସୂଚନା ଅନୁସାରେ, ୬ ଜଣ ମହିଳା କୁସ୍ତିଯୋଦ୍ଧାଙ୍କ ତରଫରୁ ଅଣାଯାଇଥିବା ଅଭିଯୋଗ ଉପରେ ଏକ ଚାର୍ଜସିଟ୍ ଦାଖଲ କରାଯାଇଥିଲା ।
ଯାହା ପରେ ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ସହ ଜଡିତ ଆଇପିସିର ଧାରା ୩୫୪, ୩୫୪ (କ) ଏବଂ ୩୫୪ (D)ଧାରା
ଲଗାଯାଇଥିଲା ।












Click it and Unblock the Notifications