Get Updates
Get notified of breaking news, exclusive insights, and must-see stories!

ଇତିହାସ ସୃଷ୍ଟି କରି ବିଜୟ ହେଲେ କୁସ୍ତି ଯୋଦ୍ଧା ଭିନେଶ ଫୋଗଟ୍‌

ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଭୋଟ ଗଣତି ଚାଲିଛି । ଏହି ନିର୍ବାଚନରେ ସବୁଠୁ ଚର୍ଚ୍ଚାରେ ଥିଲା ଜୁଲାନା ଆସନ । ଏହି ଆସନରୁ କଂଗ୍ରେସ ଟିକେଟରେ ଲଢ଼ୁଥିବା କୁସ୍ତି ଯୋଦ୍ଧା ଭିନେଶ ଫୋଗଟ୍‌ ବିଜୟୀ ହୋଇଛନ୍ତି। ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ଥିଲେ ବି ଭାଜପା ପ୍ରାର୍ଥୀ ଯୋଗେଶ ବୈରାଗୀଙ୍କୁ ସେ ୬୦୦୦ ଭୋଟରେ ପରାଜିତ କରିଛନ୍ତି। ଏଥିସହ ଦଳ ୧୯ ବର୍ଷ ପରେ ପ୍ରଥମ ଥର ଲାଗି ଏହି ଆସନରେ ଜିତି ଇତିହାସ ରଚିଛି। ଶେଷଥର ଲାଗି ଦଳ ୨୦୦୫ରେ ଜିତିଥିଲା।

Vinesh Phogat

ଜିନ୍ଦ ଜିଲା ଅନ୍ତର୍ଗତ ୫ ବିଧାନସଭା ଆସନ ରହିଛି। ସମସ୍ତ ଆସନରେ ପ୍ରାୟ ୬୬.୦୨% ମତଦାନ ହୋଇଥିଲା। ପ୍ରାରମ୍ଭିକ ଟ୍ରେଣ୍ଡ ଆରମ୍ଭ ହେବା ପରଠାରୁ ଭିନେଶ ପଛୁଆ ରହିଥିଲେ। ଅପରପକ୍ଷେ ମୋଟ ଆସନ କଥା ବିଚାରକୁ ନେଲେ ଏଯାବତ ଦଳକୁ ପଛରେ ପକାଇ ଭାଜପା ୪୬ ଆନରେ ଆଗୁଆ ରହିଆସୁଛି।

କହିରଖୁଛୁ, ଭିନେଶ ଏବଂ ବଜରଙ୍ଗ ପୁନିଆ WFI ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣା ଦେବାକୁ ନେଇ ଚର୍ଚ୍ଚାରେ ରହିଥିଲେ। ପରେ ଅବସର ନେଇ ଭିନେଶ କଂଗ୍ରେସରେ ହଠାତ ଯୋଗ ଦେବା ପରେ ଦଳ ଜୁଲାନା ଆସନରୁ ତାଙ୍କୁ ପ୍ରାର୍ଥୀ କରିଥିଲା।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+