ରେସଲର ସୁଶୀଲ କୁମାରଙ୍କୁ ବଡ଼ ଝଟକା, ମିଳିଥିବା ଜାମିନକୁ ରଦ୍ଦ କଲେ ସୁପ୍ରିମକୋର୍ଟ
ଅଲିମ୍ପିକ୍ସ ବିଜେତା ରେସଲର ସୁଶୀଲ କୁମାରଙ୍କୁ ବଡ଼ ଝଟକା । ମିଳିଥିବା ଜାମିନକୁ ରଦ୍ଦ କଲେ ସୁପ୍ରିମକୋର୍ଟ । ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ଦେଲେ ନିର୍ଦ୍ଦେଶ । ଜୁନିୟର ରେସଲର ସାଗର ଧନଖଡ ହତ୍ୟା ମାମଲାରେ ସୁଶୀଲ କୁମାରଙ୍କୁ ମିଳିଥିବା ଜାମିନକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଏହା ସହ ଏକ ସପ୍ତାହ ମଧ୍ୟରେ ସରେଣ୍ଡର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ସୁଶୀଲ ଆତ୍ମସମର୍ପଣ ନକରନ୍ତି ତେବେ ତାଙ୍କ ଗିରଫଦାରୀ ସୁନିଶ୍ଚିତ ବୋଲି କହିଛନ୍ତି କୋର୍ଟ ।

ଜଷ୍ଟିସ ସଂଜୟ କରୋଲ ଏବଂ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରାଙ୍କ ବେଞ୍ଚ ଅଶୋକ ଧନଖଡ଼ଙ୍କ ଓକିଲ ସୁଶୀଲଙ୍କ ଜାମିନକୁ ନେଇ ସାକ୍ଷୀ ବିପଦରେ ପଡିବ ବୋଲି ଦଲିଲ ଦେଇଥିଲେ । ସୁଶୀଲଙ୍କ ତରଫରୁ ବରିଷ୍ଠ ଓକିଲ ମଡେଶ ଜେଠମଲାନୀ କହିଥିଲେ, ତଳକୋର୍ଟରେ ସାକ୍ଷୀ ଦେଇଥିବା ପ୍ରମାଣ ହେବାକୁ ବିଳମ୍ବ ହେଉଥିଲେ, ଏଥିରେ ସୁଶୀଲଙ୍କର କିଛି ଭୁଲ୍ ନାହିଁ, ତେଣୁ ଜାମି ଖାରଜ ନ କରାଯାଉ ।
କିନ୍ତୁ କୋର୍ଟ ସାଗରଙ୍କ ବାପାଙ୍କ ଦଲିଲକୁ ସ୍ବୀକାର କରି ୪ ମାର୍ଚ୍ଚରେ ଆସିଥିବା ହାଇକୋର୍ଟ ନିର୍ଦ୍ଦେଶକୁ ଖାରଜ କରିଦେଇଥିଲେ ।
୨୦୨୧ରେ ସାଗର ଧନଖଡଙ୍କୁ ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିଲେ ସୁଶୀଲ । ଏହି ମାମଲାରେ ସୁଶୀଲ କୁମାରଙ୍କୁ ଜାମିନ ଦେଇଥିଲେ ଦିଲ୍ଲୀ ହାଇକୋର୍ଟ । ତେବେ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମୃତ ସାଗରଙ୍କ ବାପା । ଏବେ ଏହାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଓଲଟାଇ ଦେଇଛନ୍ତି ସୁପ୍ରିମକୋର୍ଟ । ସୁଶୀଲଙ୍କୁ ମିଳିଥିବା ଜାମିନକୁ ରଦ୍ଦ କରିବା ସହ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ କୋର୍ଟ କହିଛନ୍ତି, ଏତେ ସଙ୍ଗୀନ ଅପରାଧର ଅଭିଯୁକ୍ତ ବାହାରେ ରହିବା ଯାଞ୍ଚ ଏବଂ ସାକ୍ଷୀଙ୍କ ସୁରକ୍ଷା ପ୍ରତି ବିପଦ ।












Click it and Unblock the Notifications