କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ନିଲମ୍ବିତ
Bajrang Punia: ଭାରତର ଷ୍ଟାର ଅଲିମ୍ପିକ୍ସ ପଦକ ବିଜେତା କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ଝଟକା । ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସି (NADA) ଦ୍ୱାରା ପୁନିଆକୁ ସାମୟିକ ଭାବେ ନିଲମ୍ବିତ କରାଯାଇଛି। ଯାହା ଫଳରେ ବଜରଙ୍ଗ ପୁନିଆଙ୍କ ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ ନେଇ ଦ୍ୱନ୍ଦ ଲାଗି ରହିଛି । ସୂତ୍ର ଅନୁସାରେ, ସୋନିପଥରେ ଚାଲିଥିବା ଟେଷ୍ଟ ସମୟରେ ବଜରଙ୍ଗ ତାଙ୍କ ପରିସ୍ରା ନମୁନା ଦେବାକୁ ମନା କରି ଦେଇଥିଲେ ।

ସୂଚନା ଅନୁସାରେ, ମାର୍ଚ୍ଚ 10 ତାରିଖରେ ନାଡା ବଜରଙ୍ଗ ପୁନିଆଙ୍କୁ ତାଙ୍କ ନମୁନା ଦେବାକୁ କହିଥିଲେ, କିନ୍ତୁ ଏହି ଷ୍ଟାର ରେସଲର ଏହି ଟେଷ୍ଟକୁ ଅଣଦେଖା କରିଥିଲେ । ସେଥିପାଇଁ NADA ବିଶ୍ୱ ଆଣ୍ଟି ଡୋପିଂକୁ ସ୍ଥଗିତ ରଖିଛି । ଏନେଇ ଏକ ନୋଟିସ୍ ଜାରି କରାଯାଇ ଟେଷ୍ଟ ନ କରିବାର କାରଣ ମଧ୍ୟ ବଜରଙ୍ଗ ପୁନିଆଙ୍କୁ ପଚରାଯାଇଥିଲା । 23 ଏପ୍ରିଲରେ ବଜରଙ୍ଗ ପୁନିଆଙ୍କୁ ନୋଟିସ୍ ପଠାଯାଇଥିଲା ଏବଂ ମେ 7 ତାରିଖ ମଧ୍ୟରେ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ପରେ ହିଁ ଶୁଣାଣିର ତାରିଖ ନିଶ୍ଚିତ କରାଯିବ ।












Click it and Unblock the Notifications