ପୁରୀରୁ ଯିବେ ପୂଜକ,୩୦ରେ ଦୀଘା ଜଗନ୍ନାଥ ମନ୍ଦିର ଉଦଘାଟନ କରିବେ ମମତା

ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ସାହାବାଜିପୁର ଠାରୁ ମାତ୍ର ୨ କିମି ଦୂର ପଶ୍ଚିମବଙ୍ଗ ନିଉ ଦୀଘା ରେଳଷ୍ଟେସନ ନିକଟରେ ୨୦ ଏକର ଜାଗାରେ ୨ ଶହ ୫୦ କୋଟି ଟଙ୍କା ବ୍ୟୟରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଅନୁକରଣରେ ନୂତନ ଅନ୍ୟ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ଶେଷ ହୋଇଛି l ଆସନ୍ତା ପବିତ୍ର ଅକ୍ଷୟ ତୃତୀୟାରେ ଏହି ନୂତନ ଜଗନ୍ନାଥ ମନ୍ଦିରରେ ଭଗବାନ ବଳଭଦ୍ର, ମା' ସୁଭଦ୍ରା ଓ ଶ୍ରୀଜଗନ୍ନଥଙ୍କ ପ୍ରାଣ ପ୍ରତିଷ୍ଠା ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭ ଉଦଘାଟନ କରିବେ ବୋଲି ସରକାରୀ ଭାବେ ଘୋଷଣା କରାଯାଇଛି l ଏଥି ଲାଗି ପୁରୀ ଶ୍ରୀମନ୍ଦିରରୁ ଦଇତାପତି ଓ ପଣ୍ଡିତ ମାନେ ଦୀଘା ଜଗନ୍ନାଥ ମନ୍ଦିରକୁ ଆସି ସମସ୍ତ ଦିବ୍ୟ ଓ ଭବ୍ୟ କାର୍ଯ୍ୟକ୍ରମର ଅଂଶ ଗ୍ରହଣ କରିବାକୁ ନେଇଁ ଦୀଘା - ଶଙ୍କରପୁର ଉନ୍ନୟନ ପରିଷଦ ଓ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସୂଚନା ମିଳିଛିl

mamata banarjee

ଓଡିଶା ସୀମାନ୍ତ ବଙ୍ଗୋପସାଗର କୂଳରେ ଦୀଘା ପର୍ଯ୍ୟଟନ କେନ୍ଦ୍ରକୁ ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷଣ ଓ ସୌନ୍ଦର୍ଯ୍ୟକରଣ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖି ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡିସେମ୍ବର ୨୦, ୨୦୧ ୮ ମସିହାରେ ଦୀଘାରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଭଳି ଏଠାରେ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ହେବ ବୋଲି ଉଚ୍ଚ ପ୍ରଶାସନିକ ବୈଠକରେ ଘୋଷଣା କରିଥିଲେ l ୨୦୨୨ ମସିହାରେ ପ୍ରଥମେ ଜଗନ୍ନାଥ ମନ୍ଦିର ନିର୍ମାଣ ନିମନ୍ତେ ବଙ୍ଗ ସରକାର ୨ ଶହ କୋଟି ଟଙ୍କା ଅର୍ଥ ମଞ୍ଜୁର କରି ଖୁବଶୀଘ୍ର ମନ୍ଦିର ନିର୍ମାଣ କରିବାକୁ ନିର୍ଦେଶ ଦେଇଥିଲେ l ୬୫ ଫୁଟ ଉଚ୍ଚର ଏହି ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ହିଡ଼କୋ ସଂସ୍ଥା ହାତକୁ ନେଇଥିବାବେଳେ ରାଜସ୍ଥାନର ନାମୀ ମାର୍ବଲ ପଥରରେ ଶ୍ରୀଜଗନ୍ନାଥ ମନ୍ଦିର ସହ ଆଠଟି ମନ୍ଦିର ନିର୍ମିତ ହୋଇଛି l ମେଘନାଦ ପ୍ରାଚେରୀ ଭଳି ପ୍ରଥମ ମନ୍ଦିରରେ ପ୍ରଭୁ ବଳଭଦ୍ର, ମା' ସୁଭଦ୍ରା ଓ ଭଗବାନ ଶ୍ରୀ ଜଗନ୍ନାଥ ପଥରରେ ମୂର୍ତ୍ତି ରହିଥିବାବେଳେ ମନ୍ଦିରର ୪ ଦ୍ୱାର ସହ ୨ ୟ ମନ୍ଦିରରେ ମା' ଲକ୍ଷ୍ମୀଙ୍କ ମନ୍ଦିର, ସମ୍ମୁଖ ଭାଗରେ ଗରୁଡ଼ ସ୍ତମ୍ଭ, ରୋଷେଇଶାଳ, ବିଶ୍ରାମଗାର ଓ ଅତିଥିଶାଳା ରହିଛି l ମନ୍ଦିର ପ୍ରାଚେରୀ ଦୀଘା - ବର୍ଡ଼ର ରାସ୍ତା ଦକ୍ଷିଣ ପଟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ ଲାଗି ଅନ୍ୟ ଏକ ନୂତନ ପାର୍କ ନିର୍ମାଣ କରାଯାଇଛିl

ମନ୍ଦିରର ଶୁଭ ଉଦଘାଟନ ନିମନ୍ତେ ଆସନ୍ତା ୨୮ ରେ ସମସ୍ତ ଅତିଥି ମାନେ ମନ୍ଦିରରେ ଉପସ୍ଥିତି ରହିବା ସହିତ ୨୯ ରେ ଧର୍ମୀୟ ନୀତି ଅନୁଯାୟୀ ଯଜ୍ଞ, ହୋମ କରାଯିବ ବୋଲି ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ କୁହାଯାଇଛି l ୩୦ ତାରିଖ ଅକ୍ଷୟ ତୃତୀୟାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଦୀଘା ଜଗନ୍ନାଥ ମନ୍ଦିରକୁ ଶୁଭଦଘାଟନ କରିବେ l ଦୀଘା ଜଗନ୍ନାଥ ମନ୍ଦିର ଉଦଘାଟନ ଉତ୍ସବ ଦର୍ଶନଲାଗି ଓଡିଶା ଓ ପଶ୍ଚିମବଙ୍ଗବାସୀଙ୍କ ଉତ୍କଣ୍ଠା ବଢିଥିବାବେଳେ ଦୀଘାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି l ଓଡିଶା ବର୍ଡ଼ର ଏବଂ ଦୀଘା ପ୍ରବେଶ ପଥରେ ଯାନବାହାନାକୁ ନିୟନ୍ତ୍ରଣ ଲାଗି ପୋଲିସର ତତ୍ପରତା ପ୍ରକାଶ ପାଇଛିl

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+