ଚିନ୍ତା ବଢ଼ାଇଲାଣି ମଣିପୁର ହିଂସା; ରାଲି ପୂର୍ବରୁ ଦିଲ୍ଲୀ ଫେରିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ରାଲିକୁ ଅଧାରୁ ଛାଡ଼ି ଦିଲ୍ଲୀ ଫେରିଆସିଲେ ଅମିତ ଶାହା। ନାଗପୁରର ବିଦର୍ଭରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କର ୪ଟି ନିର୍ବାଚନୀ ରାଲି କାର୍ୟ୍ୟକ୍ରମ ସ୍ଥିର ହୋଇଥିଲେ। ହେଲେ ହଠାତ ସବୁ ନିର୍ବାଚନୀ ରାଲି ଛାଡ଼ି ଦିଲ୍ଲୀ ଫେରିଆସିଛନ୍ତି ଅମିତ ଶାହା। ମଣିପୁର ହିଂସା ଯୋଗୁଁ ତାଙ୍କର ଏହି ଗସ୍ତ ବାତିଲ ହୋଇଥିବା ସୂଚନା ମିଳିଛି ।

Manipur Violence

ମଣିପୁରର ପ୍ରତିଟି ସ୍ଥିତି ଉପରେ ଲଗାତର ନଜର ରଖି ଆସୁଛନ୍ତି ଅମିତ ଶାହ। ଏପରିକି ଉଚ୍ଚ ପଦାଧିକାରୀଙ୍କୁ ନିୟମିତ ଅପଡେଟ୍ ନେଉଛନ୍ତି। ଆଜି ଅମିତ ଶାହାଙ୍କର ବିଦର୍ଭର ଗଢ଼ଚିରୋଲି, ବର୍ଦ୍ଧା, କାଟୋଲ ଓ ସାମ୍ବେରରେ ନିର୍ବାଚନୀ ସଭା କରିଥାନ୍ତେ। ଏବେ ଅମିତ ଶାହଙ୍କ ସ୍ଥାନରେ ସ୍ମୃତି ଇରାନୀ ନିର୍ବାଚନୀ ଜନସଭାକୁ ସମ୍ବୋଧନ କରିବେ ।

ମହାରାଷ୍ଟ୍ରରେ ନଭେମ୍ବର ୨୦ ତାରିଖରେ ମତଦାନ ହେବ। ଗୋଟିଏ ପର୍ଯ୍ୟାୟ ସମସ୍ତ ୨୮୮ ଆସନ ଆସନ ପାଇଁ ଭୋଟ୍ ପଡ଼ିବ। ଆସନ୍ତାକାଲି ନିର୍ବାଚନୀ ପ୍ରଚାରର ଶେଷ ଦିନ ଥିବାରୁ ସବୁ ଦଳ ଭୋଟରଙ୍କ ମନ ଜିଣିବା ପାଇଁ ଦିନରାତି ଏକ କରିଦେଇଛନ୍ତି। ସେପଟେ ମଣିପୁରରେ ହିଂସା ସ୍ଥିତି ପୁଣିଥରେ କେନ୍ଦ୍ର ସରକାର ପାଇଁ ଚିନ୍ତା ସୃଷ୍ଟି କରିଛି ।

ସ୍ଥିତିକୁ ଦୃଷ୍ଟିରେ ରଖି ସିଆରପିଏଫ୍ ଡିଜି ମଣିପୁର ଗସ୍ତ କରିଛନ୍ତି। ସେଠାକାର ଆଇନଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିବେ। ମଣିପୁରର ଯେଉଁ ଅଞ୍ଚଳରେ କର୍ଫ୍ୟୁ କୋହଳ ହୋଇଥିଲା, ସେଠାରେ ପୁଣିଥରେ କର୍ଫ୍ୟୁ ଲାଗୁ ହୋଇଛି। ତେଣୁ ରାଜ୍ୟରେ କିପରି ଶାନ୍ତି ଫେରିବ, ତା' ଉପରେ ନଜର ରଖିଛି କେନ୍ଦ୍ର।

ସେପଟେ କ୍ରମଶ ବିଗୁଡୁଛି ମଣିପୁରର ସ୍ଥିତି । ମୈଇତି ସମ୍ପ୍ରଦାୟର ୬ଜଣ ମହିଳା ଓ ଶିଶୁଙ୍କ ମୃତଦେହ ଜବତ ପରେ ସ୍ଥିତି ବିଗିଡିବାରେ ଲାଗିଛି । ଜେରିବାମ ଅଂଚଳରେ ସବୁଠୁ ଅଧିକ ଉତେଜନା ଦେଖାଦେଇଛି ।

ଅଭିଯୁକ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ ଦାବି କରି ପ୍ରଦର୍ଶନ ହେଉଛି ଜୋରଦାର ।ଏପରିକି ମୁଖ୍ୟମନ୍ତ୍ରୀ ବିରେନ ସିଂ ଓ ଅନ୍ୟ କିଛି ନେତାଙ୍କ ଘର ମଧ୍ୟ ବାଦ ପଡିନି । ମୁଖ୍ୟମନ୍ତ୍ରୀ ଆବାସ ଓ ନେତାଙ୍କ ଘର ଉପରକୁ ପେଟ୍ରୋଲ ବୋମା ମାଡ ହୋଇଥିବା ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+