ଚିନ୍ତା ବଢାଇଲାଣିି HMPV ଭାଇରସ, ମାସ୍କ ପିନ୍ଧିବାକୁ ପରାମର୍ଶ ଦେଲେ ସରକାର
ଚାଇନାରେ HMPV ମାମଲା ଭାରତରେ ୩ ଜଣଙ୍କ ଦେହରେ ଚିହ୍ନଟ ହୋଇଛି। HMPV ଭୂତାଣୁ କର୍ନାଟକରୁ ୨ ଏବଂ ଅହମ୍ମଦାବାଦରୁ ଗୋଟିଏ ମାମଲା ସାମ୍ନାକୁ ଆସିଛି। ସଂକ୍ରମିତ ହୋଇଥିବା ସମସ୍ତେ ଶିଶୁ ।

ଆଇସିଏମଆର ନିୟମିତ ତଦାରଖ ମାଧ୍ୟମରେ କର୍ନାଟକରେ HMPVର ଦୁଇଟି ମାମଲା ଚିହ୍ନଟ କରିଥିଲା। ଅନ୍ୟପଟେ ଏହାକୁ ନେଇ ବିଭିନ୍ନ ରାଜ୍ୟର ସରକାର ସଜାଗ ରହିଛନ୍ତି। କର୍ନାଟକରେ ୨ HMPV ସଂକ୍ରମିତ ଚିହ୍ନଟ ପରେ କର୍ନାଟକ ସରକାର ଏକ ଆଡଭାଇଜରୀ ଜାରି କରିଛନ୍ତି। ଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ମାସ୍କ ପିନ୍ଧିଲେ ସଂକ୍ରମଣ କମିବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛନ୍ତି।
୨୦୦୧ରେ ଏହି ଭୂତାଣୁ ପ୍ରଥମେ ଠାବ ହୋଇଥିଲା। ଏହା କରୋନା ଭଳି। HMPVରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ସାଧାରଣତଃ କାଶ, ଜ୍ୱର, ନାକ ବନ୍ଦ ହୋଇଯାଇଥାଏ। ନିଶ୍ୱାସ ଓ ପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଦେଥାଏ। ୫ ବର୍ଷରୁ କମ୍ ପିଲାମାନେ ଏହି ରୋଗରେ ବେଶୀ ଆକ୍ରାନ୍ତ ହେଇଥାଆନ୍ତି। ଏହାର ଏଯାଏଁ କୌଣସି ଟିକା ତିଆରି ହୋଇନି।
More From












Click it and Unblock the Notifications