ୱର୍ଲି କ୍ରେମେଟୋରିୟମ୍: ସଂପୂର୍ଣ୍ଣ ଆଧୁନିକ , ଶୀତତାପନିୟନ୍ତ୍ରିତ ଶ୍ମଶାନ
ମୁମ୍ବାଇ: ୱର୍ଲିରେ ଅବସ୍ଥିତ ମୁମ୍ବାଇର ମାତା ରାମାବାଇ ଆମ୍ବେଦକର ଶ୍ମଶାନ ବର୍ତ୍ତମାନ ପୂର୍ବାପେକ୍ଷା ଅଧିକ ଆଧୁନୀକରଣ କରାଯାଇଛି। ଚଳିତ ବର୍ଷ ଜାନୁଆରୀ ମାସରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା।
ମୁମ୍ବାଇ: ୱର୍ଲିରେ ଅବସ୍ଥିତ ମୁମ୍ବାଇର ମାତା ରାମାବାଇ ଆମ୍ବେଦକର ଶ୍ମଶାନ ବର୍ତ୍ତମାନ ପୂର୍ବାପେକ୍ଷା ଅଧିକ ଆଧୁନୀକରଣ କରାଯାଇଛି। ଚଳିତ ବର୍ଷ ଜାନୁଆରୀ ମାସରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା।

ଏହି ଶ୍ମଶାନ ରାହୁଲଙ୍କ ଦ୍ୱାରା ପରିକଳ୍ପିତ। ସେ ବର୍ତ୍ତମାନ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଯୋଜନା ଏବଂ ଡିଜାଇନ୍ ବିଭାଗର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ। ଦଶ ହଜାର ବର୍ଗଫୁଟରେ ଏହି ଶ୍ମଶାନ ରହିଛି। ଖୋଲା ପ୍ରାଙ୍ଗଣକୁ ସହିତ ପ୍ରାର୍ଥନା ହଲ ଚାରିପାଖରେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ର ବ୍ୟବସ୍ଥା କରାଯାଇଛି। ପୂର୍ଣ୍ଣ ଯୋଜନା ସହିତ ଏହାକୁ ନିର୍ମାଣ କରାଯାଇଛି । ଶବଦାହ ପରେ ଅବଶିଷ୍ଠାଂଶ ପାଇଁ ମଧ୍ୟ ପଡିଆ ରହିଛି। ଯେଉଁଠାରୁ ଏହାକୁ ସଫା କରାଯିବ। ଯାହା ଦ୍ଵାରା ସ୍ଥାନୀୟ ଅଧିବାସୀ ମାନେ କୌଣସି ଅସୁବିଧାର ସାମ୍ନା କରିବେ ନାହିଁ।

Click it and Unblock the Notifications