ମହାରାଷ୍ଟ୍ରର ନାଗପୁରରେ ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ମତଦାନ ହୋଇଛି ଆରମ୍ଭ । ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଆସନ ପାଇଁ ଭୋଟିଂ ହେଉଛି । ମହାରାଷ୍ଟ୍ରର ପାଞ୍ଚଟି ଆସନରେ ଲୋକମାନେ ଆଜି ସମ୍ପୂର୍ଣ୍ଣ ଉତ୍ସାହର ସହ ଭୋଟ୍ ଦେଉଛନ୍ତି । ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଛି । ଏହି ସମୟରେ ଦୁନିଆର ସବୁଠାରୁ ଛୋଟ ମହିଳା ନାଗପୁର ଆସନ ଲାଗି ଭୋଟ୍ ଦେଇଛନ୍ତି ।
ଗିନିଜ ୱାର୍ଲ୍ଡ ରେକର୍ଡ ଅନୁଯାୟୀ ଜ୍ୟୋତି ଦୁନିଆର ସବୁଠାରୁ ଛୋଟ ମହିଳା ଭାବରେ ମାନ୍ୟତା ପାଇଛନ୍ତି । ଏହି ସମୟରେ ଜ୍ୟୋତି ଆମେଙ୍କ ଏକ ବିବୃତ୍ତି ଆସିଛି। ନାଗପୁରରେ ଭୋଟ ଦେବା ପରେ ସେ କହିଛନ୍ତି, ମୁଁ ଆଜି ମୋର ପୁରା ପରିବାର ସହିତ ଭୋଟ ଦେଇଛି। ମୁଁ ପ୍ରତ୍ୟେକ ଭୋଟରଙ୍କୁ ଭୋଟ ଦେବାକୁ ନିବେଦନ କରିବାକୁ ଚାହୁଁଛି କାରଣ ଏହା ଆମର କର୍ତ୍ତବ୍ୟ।

ଜ୍ୟୋତି ୧୬ ଡିସେମ୍ବର ୧୯୯୩ରେ ମହାରାଷ୍ଟ୍ରର ନାଗପୁରରେ ଜନ୍ମଗ୍ରହଣ କରିଥିଲେ। ବୃତ୍ତି ଅନୁଯାୟୀ ସେ ଜଣେ ଭାରତୀୟ ଅଭିନେତ୍ରୀ। ଗିନିଜ ୱାଲର୍ଡ ରେକର୍ଡ ଅନୁଯାୟୀ ଦୁନିଆର ସବୁଠାରୁ ଛୋଟ ଜୀବନ୍ତ ମହିଳା ଭାବରେ ଜଣାଶୁଣା। ପ୍ରାଇମୋର୍ଡିଆଲ ଡାର୍ଫିଜିମ (Primordial Dwarfism) ନାମକ ଏକ ଜେନେଟିକ ବ୍ୟାଧି ହେତୁ ସେ ଉଚ୍ଚତା ୬୨.୮ ସେଣ୍ଟିମିଟର (୨ ଫୁଟ ୩/୪ ଇଞ୍ଚ)।
୨୦୧୧ରେ ତାଙ୍କର ୧୮ତମ ଜନ୍ମଦିନ ପରେ ଜ୍ୟୋତିଙ୍କୁ ଗିନିଜ ୱାଲର୍ଡ ରେକର୍ଡ ଦ୍ୱାରା ଆନୁଷ୍ଠାନିକ ଭାବରେ ଦୁନିଆର ସବୁଠାରୁ ଛୋଟ ଜୀବନ୍ତ ମହିଳା ଭାବରେ ଘୋଷଣା କରାଯାଇଥିଲା। ସେ ଅନେକ ଡକ୍ୟୁମେଣ୍ଟାରୀରେ ଅଭିନୟ କରିଛନ୍ତି। ସେ ୨୦୦୯ର ଡକ୍ୟୁମେଣ୍ଟାରୀ 'ବଡି ଶକ: ୨ ଫୁଟ ଟଲ ଟନ୍' (Body Shock: Two Foot Tall Teen) ରେ ସ୍ଥାନ ପାଇଥିଲେ। ଜ୍ୟୋତି ଆମେରିକୀୟ ହରର୍ ଷ୍ଟୋରୀରେ ମଧ୍ୟ ଅଭିନୟ କରିଛନ୍ତି। ୨୦୧୪ରେ, ସେ ଆମେରିକୀୟ ହରର୍ ଷ୍ଟୋରୀ: ଫ୍ରିକ ଶୋ' (American Horror Story: Freak Show)ର ଏକ ଚରିତ୍ରରେ ଅଭିନୟ କରିଥିଲେ।












Click it and Unblock the Notifications