ପ୍ରକାଶ ପାଇଲା ବିଶ୍ୱର ପ୍ରଭାବଶାଳୀ ମହିଳା ତାଲିକା ; ଭାରତରୁ ସ୍ଥାନ ପାଇଲେ ଏହି ତିନି ମହିଳା, ଜାଣନ୍ତୁ କିଏ କିଏ ?

ଆମେରିକାର ଖ୍ୟାତନାମା ପତ୍ରିକା ଫୋର୍ବସ ପକ୍ଷରୁ ଚଳିତବର୍ଷର ସବୁଠୁ ପ୍ରଭାବଶାଳୀ ୧୦୦ ମହିଳାଙ୍କ ତାଲିକା ପ୍ରକାଶ କରାଯାଇଛି। ଏହି ତାଲିକାରେ ଭାରତର ତିନିଜଣ ମହିଳା ସ୍ଥାନ ପାଇଛନ୍ତି। ଏମାନେ ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଆଇଟି କମ୍ପାନୀ ଏଚସିଏଲ ଟେକ୍ନୋଲୋଜିର ଅଧ୍ୟକ୍ଷା ରୋଶନୀ ନାଦର ମାଲହୋତ୍ରା ଏବଂ ବାୟୋଫାର୍ମାସ୍ୟୁଟିକାଲ କମ୍ପାନୀ ବାଓକନ୍‌ ଅଧ୍ୟକ୍ଷା କିରଣ ମଜୁମଦାର ଶ'।

World s Most Influential Women List

ନିର୍ମଳା ଏହି ତାଲିକାର ୨୮ତମ ସ୍ଥାନରେ ଥିବାବେଳେ ରୋଶନୀ ଓ କିରଣ ଯଥାକ୍ରମେ ୮୧ ଓ ୮୨ତମ ସ୍ଥାନ ଅଧିକାର କରିଛନ୍ତି। ନିର୍ମଳା ୨୦୧୪ରୁ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଆସୁଛନ୍ତି। ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ନିର୍ମଳା ବାଣିଜ୍ୟ ଓ ଶିଳ୍ପ ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଦାୟିତ୍ବ ତୁଲାଇଥିଲେ। ୨୦୧୭ ସେପ୍ଟେମ୍ବରରୁ ୨୦୧୯ ମେ' ପର୍ଯ୍ୟନ୍ତ ସେ ପ୍ରତିରକ୍ଷା ମନ୍ତ୍ରୀ ନିଯୁକ୍ତ ହୋଇଥିଲେ। ୨୦୧୯ ଲୋକସଭା ନିର୍ବାଚନ ପରେ ନିର୍ମଳା ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର କ୍ୟାବିନେଟ ମନ୍ତ୍ରୀ ଦାୟିତ୍ବ ତୁଲାଇ ଆସୁଛନ୍ତି।

ଅପରପକ୍ଷରେ ରୋଶନୀ ତାଙ୍କ ପିତା ଶିବ ନାଦରଙ୍କ ଦ୍ବାରା ସ୍ଥାପିତ ଏଚସିଏଲ ଟେକ୍ନୋଲୋଜି କମ୍ପାନୀର ଦାୟିତ୍ବ ସମ୍ଭାଳୁଛନ୍ତି। କମ୍ପାନୀର ସମ୍ପତ୍ତି ପରିମାଣ ବର୍ତ୍ତମାନ ୧୨୦୦ କୋଟି ଡଲାର। କିରଣ ୧୯୭୮ରେ ବାଓକନ କମ୍ପାନୀ ପ୍ରତିଷ୍ଠା କରିଥିଲେ। ୟୁରୋପୀୟ କମିସନ ସଭାପତି ଉର୍ସୁଲା ଭଡ଼୍‌ ଡର୍‌ ଲି​‌ୟେନ୍‌ ତାଲିକାର ଶୀର୍ଷରେ ଥିବାବେଳେ ୨ୟ ସ୍ଥାନରେ ୟୁରୋପ ସେଣ୍ଟ୍ରାଲ ବ୍ୟାଙ୍କ ସଭାପତି କ୍ରିଷ୍ଟିନ ଲାଗାର୍ଡେ ଏବଂ ୩ୟ ସ୍ଥାନରେ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ରହିଥିବା ଜଣାପଡିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+