ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉଦ୍‌ଘାଟିତ ହେଲା ବିଶ୍ବର ସର୍ବୋଚ୍ଚ ଚେନାବ ରେଲୱେ ସେତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଜମ୍ମୁ-କାଶ୍ମୀର ଗସ୍ତରେ ଥିବାବେଳେ ସେଠାରେ ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍‌ଘାଟନ କରିଛନ୍ତି। ଚେନାବ ରେଲଓ୍ବେ ସେତୁ ଉଦ୍‌ଘାଟନ କରି ତ୍ରିରଙ୍ଗା ଉଡ଼ାଇଛନ୍ତି ମୋଦୀ। ୧୫ ଶହ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଏହି ସେତୁ। ୧୩୧୫ ମିଟର ଲମ୍ବା ଏବଂ ୩୫୯ ମିଟର ଉଚ୍ଚ ଚେନାବ ସେତୁ ଫ୍ରାନ୍ସର ଆଇଫେଲ ଟାୱାରଠାରୁ ମଧ୍ୟ ୩୫ ମିଟର ଉଚ୍ଚ। କାଶ୍ମୀର ଘାଟିକୁ ଭାରତର ଅନ୍ୟାନ୍ୟ ଅଂଶ ସହିତ ସବୁ ଋତୁରେ ରେଳ ସଂଯୋଗ ଯୋଗାଇବ ଏବଂ କଟରା-ଶ୍ରୀନଗର ଯାତ୍ରା ସମୟ ହ୍ରାସ କରିବ ଏହି ସେତୁ। ଏଥିସହ ଯେକୌଣସି ଋତୁରେ ଜମ୍ମୁରୁ ଶ୍ରୀନଗର ଯାତ୍ରା ସହଜ ହେବ।

modi

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ପ୍ରଥମ କେବୁଲ ରେଳ ସେତୁ ଅଞ୍ଜି ସେତୁର ଉଦଘାଟନ କରିଛନ୍ତି। ଏଥିସହ କଟରା ରେଳ ଷ୍ଟେସନରୁ କଟରା ଏବଂ ଶ୍ରୀନଗରକୁ ସଂଯୋଗ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପରାଜ୍ୟପାଳ ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ଉପସ୍ଥିତ ଥିଲେ।କୁତବ ମିନାର ଉଚ୍ଚତା ୭୨ ମିଟର ଥିବାବେଳେ ଆଇଫେଲ ଟାୱାରର ଉଚ୍ଚତା ୩୨୪ ମିଟର ରହିଛି । ଷ୍ଟିଲ ଆର୍କ ଡିଜାଇନରେ ନିର୍ମିତ ଏହି ବ୍ରିଜର ମୁଖ୍ୟ ଆର୍କର ଦୈର୍ଘ୍ୟ ୪୬୭ ମିଟର ବା ୧୫୩୨ ଫୁଟ ରହିଛି । ୧୩୧୫ ମିଟର ବା ୧.୩ କିଲୋମିଟର ଦୀର୍ଘ ଏହି ବ୍ରିଜ ନିର୍ମାଣରେ ପ୍ରାୟ ୨୭ ହଜାର ଟନ ଷ୍ଟିଲ ବ୍ୟବହୃତ ହୋଇଛି। ଉନ୍ନତ ଜ୍ଞାନକୌଶଳ ଓ ସ୍ୱଦେଶୀ ଇଞ୍ଜିନିୟରିଂରେ ନିର୍ମିତ ଏହି ବ୍ରିଜ ବିଭିନ୍ନ ଭୂମିକମ୍ପ, ଘୂର୍ଣ୍ଣିବାତ୍ୟା ଭଳି ପ୍ରତିକୂଳ ପରିସ୍ଥିତିକୁ ମଧ୍ୟ ସାମ୍ନା କରିପାରିବ। ଘଣ୍ଟାପ୍ରତି ୧୬୫ କିଲୋମିଟର ବେଗରେ ପବନ ବହୁ କିମ୍ବା ରିକ୍ଟର ସ୍କେଲରେ ୮ ତୀବ୍ରତାର ଭୂମିକମ୍ପ ହେଉ ସବୁ କିଛି ସହିପାରିବ ଏହି ବ୍ରିଜ ।

ସେହିପରି ସର୍ବନିମ୍ନ ତାପମାତ୍ରା ମାଇନସ ୨୦ ଡିଗ୍ରୀ ହେଲେ ମଧ୍ୟ ବ୍ରିଜର କୌଣସି କ୍ଷତି ହେବ ନାହିଁ । ପାକିସ୍ତାନ ସହ ଭାରତର ପାରମ୍ପରିକ ଶତ୍ରୁତାକୁ ଦୃଷ୍ଟିରେ ରଖି କୌଣସି ପ୍ରକାର ବିସ୍ଫୋରଣରୁ ବ୍ରିଜକୁ ସୁରକ୍ଷା ଦେବାକୁ ମଧ୍ୟ ଏଥିରେ ବୈଶିଷ୍ଟ୍ୟ ରହିଛି । ଚେନାବ ରେଲୱେ ବ୍ରିଜର ଜୀବନକାଳ ୧୨୦ ବର୍ଷ ରହିଛି। ୧୫ ବର୍ଷ ପର୍ଯ୍ୟନ୍ତ ବ୍ରିଜକୁ ସୁରକ୍ଷା ଦେବାକୁ ସ୍ୱତନ୍ତ୍ର କଳଙ୍କି ନିରୋଧୀ ପ୍ରଲେପ ଦିଆଯାଇଛି । ଆଜି ବ୍ରିଜ ଉଦଘାଟନ ପରେ ଏହା ଉପରେ ଗଡିବ କଟାରା- ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ । ବନ୍ଦେ ଭାରତ ଏକ୍ସପ୍ରେସ ମାତ୍ର ୩ ଘଣ୍ଟାରେ କଟାରା ଠାରୁ ଶ୍ରୀନଗର ପହଞ୍ଚିବ । ଏହା ୨ରୁ ୩ ଘଣ୍ଟା ଯାତ୍ରା ସମୟ ବଞ୍ଚାଇବ । ସବୁ ପ୍ରକାର ପାଣିପାଗରେ ଚେନାବ ବ୍ରିଜରେ ରେଳ ଯୋଗାଯୋଗ ଜାରି ରହିପାରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+