ଲଦାଖରେ ନିର୍ମାଣ ହେବ ବିଶ୍ୱର ସର୍ବୋଚ୍ଚ ଲଢୁଆ ବିମାନ କ୍ଷେତ୍ର
ନୂଆଦିଲ୍ଲୀ: ଚୀନକୁ ବଡ଼ ବାର୍ତ୍ତା ଦେଲା ଭାରତ । ଜି -20 ଶିଖର ସମ୍ମିଳନୀ ସଫଳତା ସହ ଶେଷ ହେବା ପରେ ଚୀନକୁ ଝଟକା ଦେଇଛି ଭାରତ । ଲଦାଖର ନିୟୋମାଠାରେ ଭାରତ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ ବିମାନ କ୍ଷେତ୍ର ନିର୍ମାଣ କରିବା ନେଇ ସୂଚନା ଦେଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେପ୍ଟେମ୍ବର ୧୨ ତାରିଖରେ ଜମ୍ମୁର ଦେବକ ବ୍ରିଜରେ ଏହି ପରିଯୋଜନା ଶିଳାନ୍ୟାସ କରିବେ ।
LAC ଉପରେ ଚୀନ୍ ସହିତ ଜାରି ରହିଥିବା ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଥିବା ଏହି ନିଷ୍ପତ୍ତିକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । ପୂର୍ବ ଲଦାଖର ନିୟୋମା ବେଲ୍ଟରେ ସୀମା ସଡକ ସଂଗଠନ (BRO) ଦ୍ୱାରା ଏକ ନୂତନ ଏୟାରଫିଲ୍ଡ ନିର୍ମାଣ ପାଇଁ ମୋଟ 218 କୋଟି ଟଙ୍କା ଖର୍ଚ୍ଚ ହେବ । ସୀମାନ୍ତରେ ଚୀନ୍କୁ କଡ଼ା ମୁକାବିଲା କରିବାକୁ ଏହି ଏୟାରଫିଲ୍ଡ ନିର୍ମାଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି ।

ରାଜନାଥ ସିଂ ସୋସିଆଲ ମିଡିଆ ସାଇଟରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ନୂଆଦିଲ୍ଲୀରେ ଜି-20 ଶିଖର ସମ୍ମିଳନୀ ସଫଳତାର ସହ ଶେଷ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ନେତୃରେ ଭାରତ ଅଧ୍ୟକ୍ଷତାରେ ସାରା ବିଶ୍ୱରେ ଏକ ଛବି ଛାଡିବାରେ ସଫଳ ହୋଇଛି ।
Under India's G20 Presidency, the African Union has been given permanent membership in the Group, fostering inclusivity and deepening cooperation with Africa. The admission of the African Union into the G20 is a significant achievement for PM Modi’s 'Global South' initiative. 5/6
— Rajnath Singh (@rajnathsingh) September 10, 2023
ପୂର୍ବ ଲଦାଖର ନିୟୋମା ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ତିନି ବର୍ଷ ପୂର୍ବେ ବ୍ୟବହାର କରାଯାଉଛି । ଚୀନ୍ ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏହା ସୈନ୍ୟ ଏବଂ ସାମଗ୍ରୀ ପରିବହନ ପାଇଁ ବ୍ୟବହାର କରାଯାଉଥିଲା । 2020 ମସିହାରେ ଗାଲଭାନରେ ଭାରତ ଏବଂ ଚୀନ୍ ସୈନ୍ୟବାହିନୀ ମଧ୍ୟରେ ସଂଘର୍ଷ ପରେ ମଧ୍ୟ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଛି ।












Click it and Unblock the Notifications