ପ୍ରକାଶ ପାଇଲା ବିଶ୍ୱ ଖୁସି ଦେଶ ତାଲିକା; ଭାରତର ସ୍ଥାନ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ବିଶ୍ୱରେ ସବୁଠୁ ଖୁସି ଦେଶ ହେଉଛି ଫିନଲ୍ୟାଣ୍ଡ୍ । ବିଶ୍ୱ ଖୁସି ତାଲିକାର ୧୧୮ତମ ସ୍ଥାନରେ ଭାରତ ରହିଛି । ଗୁରୁବାର ଅନ୍ତର୍ଜାତୀୟ ବିଶ୍ୱ ଖୁସି ଦିବସରେ ପ୍ରକାଶିତ ହୋଇଛି ଚଳିତ ବର୍ଷର ଖୁସି ରିପୋର୍ଟ । ଅକ୍ସଫୋର୍ଡ ୟୁନିଭର୍ସିଟି, ଓ୍ବେଲ୍‌ବିଙ୍ଗ୍‌ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ମିଳିତ ଭାବେ ଏହି ବାର୍ଷିକ ରିପୋର୍ଟ ପ୍ରକାଶ ପାଇଛି। ଗତବର୍ଷ ଭାରତ ୧୨୬ତମ ସ୍ଥାନରେ ରହିଥିଲା ।

World s happiest country list

ଫିନ୍‌ଲାଣ୍ଡ କ୍ରମାଗତ ଅଷ୍ଟମ ବର୍ଷ ପାଇଁ ସବୁଠୁ ଖୁସି ଦେଶ ରହିଥିବା ବେଳେ ଡେନ୍‌ମାର୍କ, ଆଇସ୍‌ଲାଣ୍ଡ ଏବଂ ସୁଇଡେନ୍‌ ଶୀର୍ଷ ୪ଟି ସ୍ଥାନ ବଜାୟ ରଖିଛନ୍ତି। ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏଥର ମଧ୍ୟ ପାକିସ୍ତାନ ଏହି ତାଲିକାରେ ଭାରତକୁ ପଛରେ ପକାଇଛି । ଖୁସି ତାଲିକାରରେ ପାକିସ୍ତାନ ୧୦୯ ସ୍ଥାନରେ ରହିଛି । ଏହି ତାଲିକାରେ ୨୪ନମ୍ବରରେ ଆମେରିକା ରହିଛି । ଏହାପୂର୍ବରୁ ୨୦୧୨ ରେ ଆମେରିକା ୧୧ତମ ସ୍ଥାନରେ ରହିଥିଲା।

ଆଫଗାନିସ୍ତାନ (ନମ୍ବର ୧୪୭) ପୁଣି ଥରେ ତାଲିକାର ତଳେ ଅଛି । ଖୁସି ତାଲିକାରେ ସିଆର ଲିୟୋନ (ନଂ ୧୪୬), ଲେବାନନ୍ (ନମ୍ବର ୧୪୫), ମଲାୱି (ନମ୍ବର ୧୪୪) ଏବଂ ଜିମ୍ବାୱେ (ନମ୍ବର ୧୪୩)ରେ ରହିଛନ୍ତି ।

ଏହି ରିପୋର୍ଟର ସବୁଠାରୁ ବଡ ବାର୍ତ୍ତା ହେଉଛି - ସୁଖ କେବଳ ସମ୍ପତ୍ତି କିମ୍ବା ଚାକିରିରୁ ଆସେ ନାହିଁ । ଏହା ମଧ୍ୟ ନିର୍ଭର କରେ ଯେ ଆମେ କିପରି ଆମ ସମାଜକୁ ବିଶ୍ବାସ ଏବଂ ସମର୍ଥନ କରୁ । ତେଣୁ ପରବର୍ତ୍ତୀ ସମୟରେ ଆପଣ ନିଜ ପରିବାର ସହିତ ବସି ରାତ୍ରୀ ଭୋଜନ କରିବେ,ଜଣେ ବନ୍ଧୁଙ୍କୁ ସାହାଯ୍ୟ କରିବେ, କିମ୍ବା ଅପରିଚିତ ବ୍ୟକ୍ତିଙ୍କୁ ବିଶ୍ବାସ କରିବେ, ସେତେବେଳେ ଜାଣି ଯିବେ ନିଜର ଦେଶକୁ ଖୁସି ଆଡକୁ ନେଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+