Z+ ସୁରକ୍ଷା ସତ୍ତ୍ବେ ବି ବିଶ୍ବର ଦାମୀ ଆମ୍ବ ଚୋରି
ଏହି ଆମ୍ବତୋଟାରେ 14ଟି ବିଦେଶୀ କୁକୁର,3ଟି ସୁରକ୍ଷାକର୍ମୀ ଏବଂ ସିସିଟିଭି କ୍ୟାମେରା ଲଗାଯାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟକର ବିଷୟ ଯେ,Z ପ୍ଲସ ସିକ୍ୟୁରିଟି ସତ୍ତ୍ବେ ବି ତୋଟାରୁ ଚୋରି ହୋଇଛି।
ଭୋପାଳ: ଫଳରେ ଭିତରେ ଆମ୍ବ ରାଜା ବୋଲି କୁହାଯାଏ । ଏହାର ସୁଆଦ ଆଗରେ ଫିକା ପଡେ ଅନ୍ୟ ସମସ୍ତ ଫଳର ସୁଆଦ । ପ୍ରାୟ ସମସ୍ତଙ୍କର ପ୍ରିୟ ଏହି ଫଳ । ଦେଶରେ ଅନେକ ବଡ ବଡ ଆମ୍ବ ତୋଟା ରହିଛି । ତେବେ ମଧ୍ୟପ୍ରଦେଶରେ ରହିଛି ଏକ ଦାମୀ ଆମ୍ବତୋଟା । ଯେଉଁଠି ତୋଟାର ସୁରକ୍ଷା ପାଇଁ ଦିଆଯାଇଛି Z ପ୍ଲସ ସିକ୍ୟୁରିଟି । ଏହି ଆମ୍ବତୋଟାରେ 14ଟି ବିଦେଶୀ କୁକୁର, 3ଟି ସୁରକ୍ଷାକର୍ମୀ ଏବଂ ସିସିଟିଭି କ୍ୟାମେରା ଲଗାଯାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟକର ବିଷୟ ଯେ, Z ପ୍ଲସ ସିକ୍ୟୁରିଟି ସତ୍ତ୍ବେ ବି ତୋଟାରୁ ଚୋରି ହୋଇଛି ।

ହିନୋଟା ଗାଁର ମହାକଲେଶ୍ୱର ହାଇବ୍ରିଡ ଫାର୍ମହାଉସରେ ସଙ୍କଳ୍ପ ସିଂ ପରିହାର ଏହି ଆମ୍ବ ଚାଷ କରିଛନ୍ତି । ଯେଉଁଥିରେ 3 ହଜାର 600 ଚାରା ରୋପଣ କରାଯାଇଛି । ବିଶେଷ କଥା ହେଉଛି ଏଠାରେ ଭାରତରେ ମିଳୁଥିବା ସମସ୍ତ କିସମର ଆମ୍ବ ବ୍ୟତୀତ ବିଦେଶରେ ମିଳୁଥିବା ପ୍ରାୟ 8 ପ୍ରକାରର ଆମ୍ବ ଗଛ ଲଗାଯାଇଛି। ଯାହାକୁ ଦେଖିବା ପାଇଁ ଲୋକମାନେ ଦୂରଦୂରାନ୍ତରୁ ଆସିଥାନ୍ତି ।
ତେବେ ସଂକଳ୍ପ ସିଂ କହିଛନ୍ତି ଯେ, ଏବର୍ଷ ଭଲ ଆମ୍ବ ଫଳିନାହିଁ । ଗୋଟିଏ ଗଛରେ ମାତ୍ର 15ରୁ 20 ଫଳ ଥିଲା । ରଙ୍ଗ,ନୀଳ,କଳା ଆମ୍ବକୁ ଦେଖି ଲୋକମାନେ ସେଲଫି ଉଠାଉଥିଲେ । ଦିନେ ଏକ ସମ୍ଭାନ୍ତ ପରିବାରର କିଛି ମହିଳା ବଗିଚା ଦେଖିବା ପାଇଁ ଆସିଥିବା ବେଳେ ତାଇୟୋ ନୋ ତମାଗୋ ଆମ୍ବ ଉପରେ ସେମାନଙ୍କ ନଜର ପଡିଥିଲା । ସିକ୍ୟୁରିଟି ବ୍ୟବସ୍ଥା ସତ୍ତ୍ବେ ସେମାନେ ଆମ୍ବକୁ ଚୋରି କରିବାରେ ସଫଳ ହୋଇଥିଲେ ।












Click it and Unblock the Notifications