World Press Freedom Day 2025: କାହିଁକି ପାଳନ କରାଯାଏ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ?

ପ୍ରତିବର୍ଷ ମେ ୩ ତାରିଖରେ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ (World Press Freedom Day 2025)ପାଳନ କରାଯାଏ। ଏହି ଦିବସ ଆମକୁ ମନେ ପକାଇ ଦିଏ ଯେ ସମାଜରେ ସଠିକ ସୂଚନା ପ୍ରଦାନ କରିବା କେତେ ଗୁରୁତ୍ୱପୂର୍ଣ୍ଣ।

ସାମ୍ବାଦିକ ଏବଂ ଗଣମାଧ୍ୟମ ହେଉଛନ୍ତି ସେହି ସେତୁ, ଯିଏ ଜନସାଧାରଣଙ୍କୁ ସତ୍ୟ ସହିତ ଯୋଡ଼ିଥାଏ। ଏହି ଦିବସ ସେହି ସମସ୍ତ ସାମ୍ବାଦିକଙ୍କୁ ସମ୍ମାନ ଜଣାଇବାର ଏକ ଅବସର, ଯେଉଁମାନେ ଯେତେ ବି କଷ୍ଟ ସହିବାକୁ ପଡ଼ୁନା କାହିଁକି ସଚ୍ଚୋଟତା ଏବଂ ନିର୍ଭୀକତାର ସହିତ ସତ୍ୟକୁ ସାମ୍ନାକୁ ଆଣିଥାନ୍ତି।

ପ୍ରେସ୍‌କୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଏ। ଯଦି ଗଣମାଧ୍ୟମ ସ୍ୱାଧୀନ ନହୁଏ, ତେବେ ଭୁଲ ସୂଚନା ବିସ୍ତାର ହୋଇପାରେ। ତେଣୁ ୧୯୯୩ ମସିହାରେ ଜାତିସଂଘ ମେ ୩ ତାରିଖକୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଭାବେ ମାନ୍ୟତା ଦେଇଥିଲା।

World Press Freedom Day 2025

ଏହି ଦିବସ ୧୯୯୧ରେ ହୋଇଥିବା ଉଇଣ୍ଡହୋକ ଘୋଷଣାର ସ୍ମରଣରେ ପାଳନ କରାଯାଏ, ଯେଉଁଥିରେ ଆଫ୍ରିକୀୟ ସାମ୍ବାଦିକମାନେ ମୁକ୍ତ ପ୍ରେସ୍‌ର ଆବଶ୍ୟକତା ବିଷୟରେ କହିଥିଲେ।ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ କେବଳ ଏକ ସ୍ମୃତି ଦିବସ ନୁହେଁ, ବରଂ ଏକ ଆହ୍ୱାନ - ଏକ ଏଭଳି ବିଶ୍ୱ ପାଇଁ ଯେଉଁଠାରେ ସାମ୍ବାଦିକମାନେ ଭୟ ବିନା ସତ୍ୟକୁ ସାମ୍ନାକୁ ଆଣିପାରିବେ। ଏହା ଗଣତନ୍ତ୍ର, ମାନବାଧିକାର ଏବଂ ପାରଦର୍ଶିତାର ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

କିପରି ହେଲା ଆରମ୍ଭ ?

୧୯୯୧ ମସିହାରେ, ପ୍ରଥମ ଥର ପାଇଁ ଆଫ୍ରିକୀୟ ସାମ୍ବାଦିକମାନେ ଗଣମାଧ୍ୟମର ସ୍ୱାଧୀନତା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ। ମେ ୩ରେ, ଗଣମାଧ୍ୟମର ସ୍ୱାଧୀନତାର ନୀତି ସମ୍ବନ୍ଧରେ ଏକ ବିବୃତ୍ତି ଜାରି କରାଯାଇଥିଲା, ଏହାକୁ ୱିଣ୍ଡ୍‌ହୋକ୍ ଘୋଷଣାନାମା କୁହାଯାଏ। ଏହାର ଦୁଇ ବର୍ଷ ପରେ, ୧୯୯୩ରେ ମିଳିତ ଜାତିସଂଘର ସାଧାରଣ ସଭା ପ୍ରଥମ ଥର ପାଇଁ ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ ପାଳନ କରିବାକୁ ଘୋଷଣା କଲା। ସେବେଠାରୁ ମେ ୩କୁ 'ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ' ଭାବେ ପାଳନ କରାଯାଏ।

ୟୁନେସ୍କୋର ପୁରସ୍କାର:
ପ୍ରତିବର୍ଷ ମେ' ୩ରେ ଗିଲେରମୋ କାନୋ ୱାର୍ଲ୍ଡ ପ୍ରେସ୍ ଫ୍ରିଡମ୍ ପୁରସ୍କାର ୟୁନେସ୍କୋ ଦ୍ୱାରା ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ଜଣେ ବ୍ୟକ୍ତି ବା ଅନୁଷ୍ଠାନକୁ ଦିଆଯାଏ ଯିଏ ଗଣମାଧ୍ୟମର ସ୍ୱାଧୀନତା ପାଇଁ ଉଲ୍ଲେଖନୀୟ କାମ କରିଥାନ୍ତି। ଏହି ଦିନ ସ୍କୁଲ ଏବଂ କଲେଜ ଗୁଡ଼ିକରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ସାମ୍ବାଦିକତା ସମ୍ବନ୍ଧୀୟ ସମସ୍ତ ବିଷୟ ଉପରେ ଆଲୋଚନା ହୁଏ। ଅନେକ ସ୍ଥାନରେ ସେମିନାର ମଧ୍ୟ ଆୟୋଜନ କରାଯାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+