Get Updates
Get notified of breaking news, exclusive insights, and must-see stories!

World No Tobacco Day 2024: କମ୍ ବୟସରୁ ଆରମ୍ଭ ହେଉଛି ତମାଖୁ ସେବନ, ଗ୍ରାମାଞ୍ଚଳରେ ଅଧିକ

ବିଶ୍ୱ ତମାଖୁ ବର୍ଜନ ଦିବସ 2024: ତମାଖୁର କ୍ଷତିକାରକ ପ୍ରଭାବ ତଥା ତମାଖୁ ସେବନ ହ୍ରାସ କରିବା ଉଦ୍ଦେଶ୍ୟରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ପରିଚାଳିତ ଏକ ବିଶ୍ୱସ୍ତରୀୟ ପଦକ୍ଷେପ ଭାବେ ଏହାକୁ ପାଳନ କରାଯାଏ । ତମାଖୁ ସେବନର ପ୍ରୋତ୍ସାହନକୁ ରୋକିବା ଏବଂ ଧୂମପାନହୀନ ତମାଖୁ ଉତ୍ପାଦ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହାର ଲକ୍ଷ୍ୟ । ସ୍ପଷ୍ଟ ଶବ୍ଦରେ କହିବାକୁ ଗଲେ, ବିଶ୍ୱ ତମାଖୁ ବର୍ଜନ ଦିବସ ତମାଖୁ ସେବନକୁ ବନ୍ଦ କରିବାକୁ ପ୍ରୋତ୍ସାହିତ କରିବା ଦିଗରେ ପାଳନ କରାଯାଏ ।

World No Tobacco Day 2024

ଚଳିତ ବର୍ଷର ବିଷୟବସ୍ତୁ-

ତମାଖୁ ସେବନ ଦ୍ୱାରା ସମାଜରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଅଗ୍ରଗତି ଅନେକ ମାତ୍ରାରେ ପ୍ରଭାବିତ ହେଉଛି। ତମାଖୁ ସେବନର କୁପ୍ରଭାବରେ କେବଳ କର୍କଟ ହେଉଛି ତାହା ନୁହଁ; ହୃଦ୍‌ରୋଗ, ଶ୍ୱାସଜନିତ ରୋଗ, ମଧୁମେହ, ମସ୍ତିଷ୍କାଘାତ ଭଳି ବିଭିନ୍ନ ରୋଗ ପଛରେ ଏହା ମୁଖ୍ୟ କାରଣ। ଚଳିତ ବର୍ଷର ବିଷୟବସ୍ତୁ ହେଉଛି 'ତମାଖୁମୁକ୍ତ ଶୈଶବ'। ଏହାର ଅର୍ଥ, ଶିଶୁଙ୍କୁ ତମାଖୁଠାରୁ ଦୂରେଇ ରଖିବା।

ତମାଖୁ ସେବନ ତଥା ଏହାର କାରବାରକୁ କମାଇବା ଏହାର ଲକ୍ଷ୍ୟ। ଗ୍ଲୋବାଲ ଆଡଲ୍ଟ ତମାଖୁ ସର୍ଭେ ତଥା ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେର ତଥ୍ୟ କହୁଛି, 15 ବର୍ଷ ବା ତା'ଠାରୁ କମ୍ ବୟସର ଶିଶୁମାନେ ତମାଖୁ ସେବନ କରୁଛନ୍ତି। ଗ୍ଲୋବାଲ ଆଡଲ୍ଟ ତମାଖୁ ସର୍ଭେ-2 ଅନୁଯାୟୀ ଓଡ଼ିଶାରେ 55.9 ପ୍ରତିଶତ ପୁରୁଷ ଓ 22.4 ପ୍ରତିଶତ ମହିଳା ତମାଖୁ ସେବନ କରୁଛନ୍ତି। 9.7 ପ୍ରତିଶତ ଲୋକ ଧୂମଯୁକ୍ତ ତମାଖୁ ସେବନ କରୁଥିବାବେଳେ 34.6 ଲୋକ ଧୂମହୀନ ତମାଖୁ ସେବନ କରୁଛନ୍ତି। ସର୍ଭେ ଅନୁଯାୟୀ, ସହରାଞ୍ଚଳଠାରୁ ଗ୍ରାମାଞ୍ଚଳରେ ତମାଖୁ ସେବନକାରୀଙ୍କ ସଂଖ୍ୟା ବଢିଚାଲିଛି।

ଭାରତ ବିଷୟରେ କହିବାକୁ ଗଲେ ଦେଶର 267 ମିଲିୟନରୁ ଅଧିକ ଲୋକ ତମାଖୁ କିମ୍ବା ତମାଖୁ ଦ୍ରବ୍ୟ ବ୍ୟବହାର କରନ୍ତି । ଚିନ୍ତାର ବିଷୟ ହେଉଛି ଆଗାମୀ ପିଢୀ ମଧ୍ୟ ଏହି ନିଶା କବଳରେ ପଡ଼ିଛନ୍ତି । ସମାନ ପରିସ୍ଥିତି ଭାରତ ବାହାରେ ମଧ୍ୟ ରହିଛି । ତମାଖୁ ଦ୍ୱାରା କର୍କଟ ରୋଗର ଘଟଣା ବିଶ୍ୱରେ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏପରି ପରିସ୍ଥିତିରେ, ତମାଖୁ ନିଷେଧ ଦିବସ ଦିନ, ବିଶ୍ୱ ସ୍ତରରେ ଏହି ବିଷାକ୍ତ ପଦାର୍ଥର ବ୍ୟବହାର ଦ୍ୱାରା ସ୍ୱାସ୍ଥ୍ୟ ବିପଦ ବିଷୟରେ ଲୋକଙ୍କୁ ସଚେତନ କରିବା ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅଟେ ।

କଣ ରହିଛି ଇତିହାସ-

1987 ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ତମାଖୁ ସେବନକୁ ନିୟନ୍ତ୍ରଣ କରିବା ପାଇଁ ଯୋଜନା କରିଥିଲା । ଯାହା ପରେ ପ୍ରଥମ ଥର ପାଇଁ 31 ମେ 1988 ରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଇଥିଲା । ସେହି ସମୟରେ ତମାଖୁ ବର୍ଜନ ଦିବସର ବିଷୟବସ୍ତୁ ଥିଲା "ତମାଖୁ ନା ସ୍ୱାସ୍ଥ୍ୟ: ସ୍ୱାସ୍ଥ୍ୟକୁ ବାଛନ୍ତୁ" ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+